ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ଶୀତର ଲହରୀ । ସୀମାନ୍ତବର୍ତ୍ତୀ ଅଞ୍ଚଳ ମାନଙ୍କରେ ବରଫପାତ ହେଉଥିବା ବେଳେ ରାଜଧାନୀ ଦିଲ୍ଲୀରେ ବି ହାଡଭଙ୍ଗା ଶୀତ ଅନୁଭୂତ ହେଉଛି । ଏହି କ୍ରମରେ ବୁଧବାର ପାଲମ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇ 5.4 ଡିଗ୍ରୀରେ ପହଞ୍ଚିଥିଲା । ଯାହା ଦିଲ୍ଲାବାସୀଙ୍କ ପାଇଁ ହାଡଭଙ୍ଗା ଜାଡ ସଦୃଶ ଥିଲା ।
ଥଣ୍ଡାରେ ଥରଥର ରାଜଧାନୀ ଦିଲ୍ଲୀ - ରାଜଧାନୀ ଦିଲ୍ଲୀ
ସାରା ଦେଶରେ ଜାରି ରହିଛି ଶୀତର ଲହରୀ । ସୀମାନ୍ତବର୍ତ୍ତୀ ଅଞ୍ଚଳ ମାନଙ୍କରେ ବରଫପାତ ହେଉଥିବା ବେଳେ ରାଜଧାନୀ ଦିଲ୍ଲୀରେ ବି ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ।
ଥଣ୍ଡାରେ ଥରଥର ରାଜଧାନୀ ଦିଲ୍ଲୀ
ସେପଟେ ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡରେ ମଧ୍ୟ ତାପମାତ୍ରା ହ୍ରାସ ପାଇବା ସହ କୁହୁଡିରେ ଆଚ୍ଛାଦିତ ହୋଇରହୁଛି । ସେହିପରି ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ 5 ଦିନ ଯାଏଁ ଉତ୍ତର ରାଜସ୍ଥାନରେ ବି କୁହୁଡି ସହ ଥଣ୍ଡା ଅନୁଭୂତ ହେବ ।
ଅନ୍ୟପଟେ ବିହାର, ଉତ୍ତର ମଧ୍ୟ ପ୍ରଦେଶ, ଆସାମ, ମେଘାଳୟରେ ବି ସାମାନ୍ୟ କୁହୁଡି ସହ ଥଣ୍ଡା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ସଂସ୍ଥା ବା ଆଇଏମଡି ସୂଚନା ଦେଇଛି ।