ଓଡିଶା

odisha

ବିନା ଡ୍ରାଇଭରରେ ଏଣିକି ଦିଲ୍ଲୀରେ ଗଡିବ ମେଟ୍ରୋ

By

Published : Dec 17, 2020, 9:55 PM IST

ଦିଲ୍ଲୀରେ ମେଟ୍ରୋ ଯାତ୍ରୀଙ୍କ ପାଇଁ ନୂଆ ଅନୁଭୂତି । ଖୁବଶୀଘ୍ର ବିନା ଚାଳକରେ ଚଳାଚଳ କରିବ ମେଟ୍ରୋ । ଅଧିକ ପଢନ୍ତୁ...

ବିନା ଡ୍ରାଇଭରରେ ଏଣିକି ଦିଲ୍ଲୀରେ ଗଡିବ ମେଟ୍ରୋ
ବିନା ଡ୍ରାଇଭରରେ ଏଣିକି ଦିଲ୍ଲୀରେ ଗଡିବ ମେଟ୍ରୋ

ନୂଆଦିଲ୍ଲୀ: ଦିଲ୍ଲୀରେ ଖୁବଶୀଘ୍ର ମେଟ୍ରୋ ଯାତ୍ରୀମାନେ ପାଇବେ ନୂଆ ଅନୁଭୂତି । ଏଣିକି ବିନା ଚାଳକରେ ଦିଲ୍ଲୀରେ ଗଡିବ ମେଟ୍ରୋ । ଏନେଇ ଗୃହ ଓ ନଗର ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ କରାଯାଇଛି । ଡିସେମ୍ବର ଶେଷ ସୁଦ୍ଧା ଡିଏମଆରସି ତତ୍ତ୍ବାବଧାନରେ ଏହି ମେଟ୍ରୋ ଚଳାଚଳ କରାଯିବାର ସମ୍ଭାବନା ରହିଛି । ଏହା ପ୍ରଥମେ ଜାନକପୁରୀ ପଶ୍ଚିମରୁ ବଟାନିକାଲ ଗାର୍ଡେନ ମଧ୍ୟରେ ଚାଲୁଥିବା ମ୍ୟାଜେଣ୍ଟା ଲାଇନରୁ ଚଳାଚଳ ଆରମ୍ଭ କରିବ ।

ବିନା ଡ୍ରାଇଭରରେ ଏଣିକି ଦିଲ୍ଲୀରେ ଗଡିବ ମେଟ୍ରୋ

ଡିଏମଆରସି ସୂତ୍ର ଅନୁଯାୟୀ, ବିନା ଚାଳକରେ ମେଟ୍ରୋ ଚଳାଚଳ ପାଇଁ ରେଲଓ୍ବେର ସାଧାରଣ ନିୟମରେ କରାଯାଇଥିବା ପରିବର୍ତ୍ତନକୁ ମଞ୍ଜୁରୀ ମିଳିଛି । ଆଜି ଯାଏଁ ମେଟ୍ରୋ ପାଇଁ ଯେଉଁ ସବୁ ନିୟମ ରହିଥିଲା ସେ ସବୁରେ ଏପରି ବ୍ୟବସ୍ଥା ପୂର୍ବରୁ ନଥିଲା । ତେବେ ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଅନୁମତି ନିଆଯାଇଥିବା ଜଣାପଡିଛି ।

ଦିଲ୍ଲୀ ମେଟ୍ରୋ ଟ୍ରେନର ବାର୍ଷିକୀ ଅବସରରେ ଆସନ୍ତା ଡିସେମ୍ବର 25ରେ ଏହି ସେବା ଆରମ୍ଭ ହେବାର ଅଛି । ତେବେ ଏହି ମେଟ୍ରୋ ସେବାର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ସମୟ ନେବାକୁ ପ୍ରୟାସ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details