ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ପାଞ୍ଚ ମାସ ପରେ ନିଜର ହଳଦିଆ ଲାଇନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରୁଛି । ଏହାପାଞ୍ଚ ମାସରୁ ଅଧିକ ସମୟ ଧରି ବନ୍ଦ ରହିବାପରେ ସେପ୍ଟେମ୍ବର 7ରୁ କାର୍ଯ୍ୟ ଆରମ୍ଭ କରିବ । ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲୁ, ଗୋଲାପୀ ଏବଂ ଗୁରୁଗାଓଁକୁ ଯୋଡାଯିବ। ସେହିପରି କାର୍ଯ୍ୟକାରିତା ଓ ପ୍ରଭାବକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 10ରୁ ତୃତୀୟ ପର୍ଯ୍ୟାୟରେ ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ କରିବ । ପରେ ରେଡ ଲାଇନ୍, ବାହାଦୂରଗଡ ଲାଇନ ଏବଂ ଫରିଦାବାଦ ଲାଇନରେ ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ କରିବ ।
ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ମୁଖ୍ୟ ମଙ୍ଗୁ ସିଂ ବୁଧବାର କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। ତିନୋଟି ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ସମୟରେ ମେଟ୍ରୋ ସେବା ପୁନଃ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।