ଓଡିଶା

odisha

ଦିଲ୍ଲୀ ମେଟ୍ରୋରେ ହେବ ପ୍ଲାଷ୍ଟିକ ବ୍ୟାନ

By

Published : Sep 28, 2019, 7:09 PM IST

ଏଣିକି ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ମିଳିବ ନାହିଁ ପ୍ଲାଷ୍ଟିକ । ଏନେଇ ଡିଏମଆରସି ପକ୍ଷରୁ ସୂଚନା ମିଳିଛି । ଡିଏମଆରସିର ବରିଷ୍ଠ କର୍ତ୍ତୃପକ୍ଷ ଅନୁଜ କହିଛନ୍ତି କି ସମଗ୍ର ଦେଶରେ ସିଙ୍ଗଲ ଯୁଜ୍ ପ୍ଲାଷ୍ଟିକ ବ୍ୟାନକୁ ନେଇ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ । ଫଳରେ ଡିଏମଆରସି 274 ଷ୍ଟେସନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବ୍ୟବହାରକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ନୋ ପ୍ଲାଷ୍ଟିକ ଜୋନରେ ପରିଣତ ହେବ ଦିଲ୍ଲୀ ମୋଟ୍ରୋ । ଏଣିକି ଆଉ ଦିଲ୍ଲୀ ମେଟ୍ରୋରେ ପ୍ଲାଷ୍ଟିକ କିମ୍ବା ପ୍ଲାଷ୍ଟିକ ଦ୍ବାରା ନିର୍ମିତ କୌଣସି ସାମଗ୍ରୀ ମିଳିବ ନାହିଁ । ଏପରିକି ପାଣି ଭର୍ତ୍ତି ପ୍ଲାଷ୍ଟିକ ବୋତଲ ମଧ୍ୟ ମିଳିବ ନାହିଁ । ଏନେଇ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ(ଡିଏମଆରସି)ର ବରିଷ୍ଠ କର୍ତ୍ତୃପକ୍ଷ ଅନୁଜ ଦୟାଲ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ ଆସନ୍ତା 2 ତାରିଖରୁ ଦେଶରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ବ୍ୟାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ । ଏହି ଆହ୍ବାନ ପାଇବା ପରେ ଦେଶର ନାଗରିକ ମାନେ ବେଶ ସଚେତନ ହୋଇ ଉଠିଛନ୍ତି । ଏପରିକି ପ୍ଲାଷ୍ଟିକ ନିର୍ମାଣ କରୁଥିବା କମ୍ପାନୀ ଗୁଡ଼ିକ ମଧ୍ୟ ଧିରେ ଦିରେ ସଚେତନ ହେବାକୁ ଲାଗିଲେଣି । ବିଭିନ୍ନ ସରକାରୀ ଏବଂ ବଡ଼ ବଡ଼ ବେସରକାରୀ କମ୍ପାନୀ ଗୁଡ଼ିକ ମଧ୍ୟ ପ୍ଲାଷ୍ଟିକ ବ୍ୟାନ କରିବା ଆରମ୍ଭ କରିଦେଇଛନ୍ତି ।

ଏହି କ୍ରମରେ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ପ୍ଲାଷ୍ଟିକ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଦିଲ୍ଲୀର ସମସ୍ତ ମେଟ୍ରୋ ରେଳ ଷ୍ଟେସନରେ ବ୍ୟାନ ହେବ ବୋଲି ଅନୁଜ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଆସନ୍ତା ସପ୍ତାହରୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟରେ ଥିବା ସମସ୍ତ 274 ମେଟ୍ରୋ ଷ୍ଟେସନ ଏହି ନିଷ୍ପତ୍ତି ଲାଗୁ ହେବ । ଏଥିପାଇଁ ନିର୍ଦ୍ଦେଶକ ମଙ୍ଗୁ ସିଂ ଟିକିନିଖି ନଜର ରଖିବେ । ତାଙ୍କ ତତ୍ତ୍ବବଧାନରେ ଏହାର ଯୋଜନା କରାଯାଉଛି ବୋଲି ଅନୁଜ ସୂଚନା ଦେଇଛନ୍ତି । ଏହି ନିୟମ ଲାଗୁ ହେବା ପରେ ଷ୍ଟେସନରେ କୌଣସି ପ୍ରକାର ପ୍ଲାଷ୍ଟିକ ବ୍ୟବହାର କରାଯାଇ ପାରିବ ନାହିଁ କିମ୍ବା ରଖାଯାଇ ପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ଯଦି କେହି ଏହି ନିୟମର ଉଲ୍ଲଙ୍ଘନ କରେ ତେବେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜୋରିମନା ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details