ଓଡିଶା

odisha

ETV Bharat / bharat

ଦିଲ୍ଲୀ ଉତ୍ତର-ପୂର୍ବରେ ହିଂସା ଯୋଗୁଁ 5ଟି ମେଟ୍ରୋ ଷ୍ଟେସନ ବନ୍ଦ - ଦିଲ୍ଲୀ ଉତ୍ତର-ପୂର୍ବରେ ହିଂସା

ଉତ୍ତର-ପୂର୍ବ ଦିଲ୍ଲୀରେ ଚାଲୁଥିବା ସିଏଏ ବିରୋଧ ଆନ୍ଦୋଳନ ଏବେ ହିଂସାର ରୂପ ନେଇଛି । ଫଳରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ ହେଲା 5ଟି ମେଟ୍ରୋ ଷ୍ଟେସନ ।

ଦିଲ୍ଲୀ ଉତ୍ତର-ପୂର୍ବରେ ହିଂସା ଯୋଗୁଁ 5ଟି ମେଟ୍ରୋ ଷ୍ଟେସନ ବନ୍ଦ
ଦିଲ୍ଲୀ ଉତ୍ତର-ପୂର୍ବରେ ହିଂସା ଯୋଗୁଁ 5ଟି ମେଟ୍ରୋ ଷ୍ଟେସନ ବନ୍ଦ

By

Published : Feb 25, 2020, 9:47 AM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ ଏବେ ହିଂସାକାଣ୍ଡର ରୂପ ନେଇଛି । ମୌଜପୁର ହିଂସା ଘଟି 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 105 ଜଣ ଆହତ ହୋଇଛନ୍ତି । ଯେଉଁଥିରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଆଜି(ମଙ୍ଗଳବାର) ସକାଳୁ ବ୍ରହ୍ମପୁର ଅଞ୍ଚଳରେ 2 ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଯାଇଛି ପଥର ଫିଙ୍ଗାଫିଙ୍ଗି ।ସେପଟେ,ବଢୁଥିବା ହିଂସାକୁ ଦେଖି ଦିଲ୍ଲୀର ଉତ୍ତର-ପୂର୍ବର 5ଟି ମେଟ୍ର ଷ୍ଟେସନକୁ ବନ୍ଦ କରାଯାଇଛି ।

ଦିଲ୍ଲୀ ଉତ୍ତର-ପୂର୍ବରେ ହିଂସା ଯୋଗୁଁ 5ଟି ମେଟ୍ରୋ ଷ୍ଟେସନ ବନ୍ଦ

ଡିଏମଆରସିଙ୍କ ଅନୁସାରେ, 5 ମେଟ୍ରୋ ଷ୍ଟେସନ ମଧ୍ୟରେ ଜାଫରବାଦ, ମୌଜପୁର-ବାବରପୁର, ଗୋକୁଲପୁରୀ, ଜୌହରୀ ଏନକ୍ଲେଭ ଓ ଶିବ ବିହାର ଷ୍ଟେସନ ବନ୍ଦ ରହିଛି । ସୁରକ୍ଷା କାରଣରୁ ମେଟ୍ରୋ ଷ୍ଟେସନଗୁଡିକୁ ବନ୍ଦ କରାଯାଇଥିବା କହିଛନ୍ତି ଡିଏମଆରସି ।

ଅନ୍ୟପଟେ ହିଂସା କାରଣରୁ ପୋଲିସ ପକ୍ଷରୁ ଫ୍ଲାଗ-ମାର୍ଚ୍ଚ ଆରମ୍ଭ ହେବା ସହ ଦିଲ୍ଲୀ ନର୍ଥ ଇଷ୍ଟରେ 144 ଧାରା ଲାଗୁ ହେବ । ହରିଆଣାର ରୋହତକରେ ଆଲର୍ଡ ଜାରି ହେବା ସହ ସମସ୍ତ ଅଫିସରଙ୍କୁ ଛୁଟି ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details