ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦୃଢ ନିନ୍ଦା କଲା ଦିଲ୍ଲୀ ମେଡିକାଲ ଆସୋସିଏସନ । ଦିଲ୍ଲୀରେ କଳାବଜାରୀ କରୁଥିବା ହସ୍ପିଟାଲକୁ କେଜ୍ରିୱାଲ ଚେତବାନୀ ଦେବା ପରେ ସରକାରଙ୍କୁ ଘେରିଲେ ମେଡିକାଲ ଆସୋସିଏସନ । ମେଡିକାଲ ଆସୋସିଏସନ ପକ୍ଷରୁ କୁହାଯାଇଛି, ପ୍ରତିଦିନ ଡାକ୍ତରମାନେ ଯଥାସମ୍ଭବ ନିଜର ଉଦ୍ୟମ କରୁଛନ୍ତି । ତାଙ୍କୁ ଉତ୍ସାହିତ କିମ୍ବା ପ୍ରୋତ୍ସାହିତ କରିବା ବଦଳରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହୁଛନ୍ତି । ମହାମାରୀ ପାଇଁ ଡାକ୍ତରମାନେ ଅତ୍ୟଧିକ ଚାପଗ୍ରସ୍ତ ରହୁଛନ୍ତି । ଏହା ପରେ ଦିଲ୍ଲୀ ସରକାର ସେମାନଙ୍କ ଅନାବଶ୍ୟକ ଚାପ ପକାଉଛନ୍ତି ।
ମେଡିକାଲ ଆସୋସିଏସନଙ୍କ ଏହି ବିବୃତ୍ତି, ଶନିବାର କେଜ୍ରିୱାଲ ଗଣମାଧ୍ୟମକୁ ସାକ୍ଷାତକାର ଦେବା ପରେ ଆସିଛି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସମସ୍ତ ଘରୋଇ ହସ୍ପିଟାଲକୁ ଚେତାଇ କହିଥିଲେ, ସମସ୍ତ ଘରୋଇ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ସେମାନେ କୌଣସି କୋଭିଡ-19 ଆକ୍ରାନ୍ତ ଡାକ୍ତରଖାନା ଫେରାଇ ଦିଅନ୍ତି କିମ୍ବା ହସ୍ପିଟାଲ ବେଡକୁ ନେଇ କଳାବଜାରୀ କରନ୍ତି ।