ଓଡିଶା

odisha

ETV Bharat / bharat

ଦିଲ୍ଲୀ-ମଥୁରାରେ ଚୀନ ନାଗରିକଙ୍କୁ ମିଳିବନି ରୁମ୍, ଜାଣନ୍ତୁ କାହିଁକି ? - ମଥୁରାର ହୋଟେଲ ରେଷ୍ଟୁରାଣ୍ଟରେ ମିଳିବ ନାହିଁ ଚୀନ ନାଗରିକଙ୍କୁ ରୁମ

ଗଲୱାନ ଘାଟିରେ ସଂଘର୍ଷ ପରେ ଦେଶରେ ଚୀନ ବିରୋଧୀ ନାରାବାଜି ତ୍ରୀବ ହେଉଛି । ଦିଲ୍ଲୀ ଓ ମଥୁରାର ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟ ମଧ୍ୟ ଚୀନ ସାମଗ୍ରୀ ଓ ନାଗରିକଙ୍କ ପାଇଁ କୌଣସି ସ୍ଥାନ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀ ଓ ମଥୁରାର ହୋଟେଲ ରେଷ୍ଟୁରାଣ୍ଟରେ ମିଳିବ ନାହିଁ ଚୀନ ନାଗରିକଙ୍କୁ ରୁମ
ଦିଲ୍ଲୀ ଓ ମଥୁରାର ହୋଟେଲ ରେଷ୍ଟୁରାଣ୍ଟରେ ମିଳିବ ନାହିଁ ଚୀନ ନାଗରିକଙ୍କୁ ରୁମ

By

Published : Jun 26, 2020, 7:44 AM IST

ନୂଆଦିଲ୍ଲୀ: ଦେଶରେ ଏବେ ଚୀନ ବିରୋଧୀ ନାରାବାଜି । ଅନେକ ସ୍ଥାନରେ ଚୀନ ସାମଗ୍ରୀ ବର୍ଜନ କରାଯାଉଛି । ରାଜଧାନୀ ଦିଲ୍ଲୀ ଓ ମଥୁରାରେ ମଧ୍ୟ ଚୀନ ନାଗରିକ ଓ ସାମଗ୍ରୀ ପାଇଁ କୌଣସି ସ୍ଥାନ ନ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀ ଓ ମଥୁରାର କେତେକ ଛୋଟ ହୋଟେଲ, ରେସ୍ତୋରାଁ ଏବଂ ଗେଷ୍ଟ ହାଉସରେ କୌଣସି ଚୀନ ନାଗରିକଙ୍କୁ ରୁମ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ହୋଟେଲ ଏବଂ ରେସ୍ତୋରାଁ ମାଲିକ ସଂଘ ଅଧିନରେ ଥିବା 3000 ହଜାର ରେସ୍ତୋରାଁ ଓ ହୋଟେଲ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) କୁ ପାଖକୁ ଏନେଇ ଚିଠି ଲେଖି ଜଣାଇଛନ୍ତି । ଚାଇନାର ସାମଗ୍ରୀକୁ ବର୍ଜନ କରିବା ପାଇଁ ଗ୍ରୁପ୍‌ର ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ମଧ୍ୟ କହିଛି ।

ଦିଲ୍ଲୀର ଏହି 3000 ହଜାର ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକ ସେମାନଙ୍କ ବୁକିଂର ପାଞ୍ଚରୁ ଛଅ ପ୍ରତିଶତ ଚାଇନାର ନାଗରିକଙ୍କଠାରୁ ପାଇଥାନ୍ତି । ସେହିଭଳି ମଥୁରା ବୃନ୍ଦାବନ ହୋଟେଲ ମାଲିକ ସଂଘ ପକ୍ଷରୁ 125ଟି ହୋଟେଲ ଓ ଗେଷ୍ଟ ହାଉସର ସଦସ୍ୟ ମଧ୍ୟ ଚାଇନା ସାମଗ୍ରୀ ବର୍ଜନ କରିବା ସହ ଚୀନ ନାଗରିକଙ୍କୁ କୌଣସି ରୁମ ଦେବେ ନାହିଁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ପୂର୍ବ ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି 20 ଜଣ ଭାରତୀୟ ସେନା ଶହୀଦ ହୋଇଛନ୍ତି । ଏହା ପରେ ଚାଇନାର ଉତ୍ପାଦକକୁ ବୟକଟ କରିବାକୁ ଦେଶର ବିଭିନ୍ନ ମହଲରେ ସ୍ବର ଉତ୍ତୋଳନ ଜାରି ରହିଛି ।

ABOUT THE AUTHOR

...view details