ନୂଆଦିଲ୍ଲୀ: ରାଜଧାନୀବାସୀଙ୍କୁ ରବିବାର ମଧ୍ୟ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦିଲ୍ଲୀର ବାୟୁ ଗୁଣବତ୍ତାରେ ରବିବାର ସାମାନ୍ୟ ସୁଧାର ଆସିଛି । ରାଜଧାନୀରେ ଗତ 3 ଦିନ ତଳେ ହୋଇଥିବା ବର୍ଷା ପ୍ରଦୂଷଣକୁ ସ୍ବଳ୍ପ ନିୟନ୍ତ୍ରଣ କରିଛି । କେନ୍ଦ୍ର ପ୍ରଦୂଷଣ ବୋର୍ଡର ତଥ୍ୟ ଅନୁଯାୟୀ, ରବିବାର ଲୋଧି ରୋଡ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ)120 ରହିଥିବା ରେକର୍ଡ କରାଯାଇଛି ।
ସୁୁଧୁରୁଛି ପ୍ରଦୂଷଣ ସ୍ଥିତି, ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି - delhi pollulation latest news
ଦିଲ୍ଲୀର ବାୟୁ ଗୁଣବତ୍ତାରେ ରବିବାର ସାମାନ୍ୟ ସୁଧାର ଆସିଛି । ରାଜଧାନୀରେ ଗତ 3 ଦିନ ତଳେ ହୋଇଥିବା ବର୍ଷା ପ୍ରଦୂଷଣକୁ ସ୍ବଳ୍ପ ନିୟନ୍ତ୍ରଣ କରିଛି । କେନ୍ଦ୍ର ପ୍ରଦୂଷଣ ବୋର୍ଡର ତଥ୍ୟ ଅନୁଯାୟୀ, ରବିବାର ଲୋଧି ରୋଡ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ)120 ରହିଥିବା ରେକର୍ଡ କରାଯାଇଛି ।
ଫାଇଲ ଫଟୋ
ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।