ନୂଆଦିଲ୍ଲୀ: କୋରୋନା ନିୟନ୍ତ୍ରଣ ପାଇଁ ପ୍ରମୁଖ ଅସ୍ତ୍ର ‘ଲକ୍ଡାଉନ’ ଏବେ ସାରା ଦେଶରେ ଲାଗୁ ହୋଇଛି । ଏପରିସ୍ଥଳେ ଲକ୍ ଡାଉନ ପାଇଁ ମଧ୍ୟ ଅନେକ ସର୍ତ୍ତାବଳୀ ରହିଛି । ଏବେ ଦିଲ୍ଲୀବାସୀଙ୍କ ମନରେ ‘ଲକ୍ଡାଉନ’କୁ ନେଇ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ଦିଲ୍ଲୀପୋଲିସ ଦେଇଛି ଗୁରୁତ୍ବପୂର୍ଣ୍ଣ ସୂଚନା । ଦିଲ୍ଲୀ ପୋଲିସ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସମସ୍ତ ଲକଡାଉନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବା ପାଇଁ ସୂଚନା ଦେଇଛି ।
ଦିଲ୍ଲୀ ପୋଲିସ ଏବଂ ଦିଲ୍ଲୀ ପୋଲିସ ମୁଖ୍ୟାଳୟର ଟ୍ବିଟର ହ୍ୟାଣ୍ଡେଲରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଦିଲ୍ଲୀର ଯେକୌଣସି ନାଗରିକ ମଙ୍ଗଳବାର ସନ୍ଧ୍ୟା ପାଞ୍ଚରୁ ଛଅଟା ମଧ୍ୟରେ ଦିଲ୍ଲୀ ପୋଲିସ ସହିତ ‘ଲକଡାଉନ’ ନେଇ ପ୍ରଶ୍ନ ପଚାରି ପାରିବେ । ଏଥିପାଇଁ ସାଧାରଣ ଲୋକଙ୍କୁ ହ୍ୟାସଟ୍ୟାଗ୍ ‘ଲକଡାଉନ୍’ ଲେଖିବାକୁ ପଡିବ ।
ଦିଲ୍ଲୀ ପୋଲିସର ସୂଚନାନୁସାରେ, ଏକ ଘଣ୍ଟା ମଧ୍ୟରେ ପଚରାଯାଇଥିବା ପ୍ରଶ୍ନ ଏବଂ ଉତ୍ତର ଦେବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରିବ ।