ଓଡିଶା

odisha

ETV Bharat / bharat

କୋରୋନାରେ ହାରିଗଲେ କୋରୋନା ଯୋଦ୍ଧା - ଆନାସ୍ଥେସିଆ ଡାକ୍ତର

ଦିଲ୍ଲୀର ଏଲଏନଜେପି ହସ୍ପିଟାଲର ଜଣେ ଡାକ୍ତର ଡ୍ୟୁଟି ସମୟରେ କୋରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଡାକ୍ତର ଅସୀମ ଗୁପ୍ତା ଜଣେ ଆନାସ୍ଥେସିଆ ଡାକ୍ତର ଥିବା ବେଳେ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୋରୋନା ଡ୍ୟୁଟି କରି ଜୀବନ ହାରିଲେ ଡାକ୍ତର
କୋରୋନା ଡ୍ୟୁଟି କରି ଜୀବନ ହାରିଲେ ଡାକ୍ତର

By

Published : Jun 28, 2020, 7:30 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ମାମଲା ପ୍ରତିଦିନ ଭୟାନକ ରେକର୍ଡ ସୃଷ୍ଟି କରୁଛି । ତେବେ ଏଭଳି ପରିସ୍ଥିରେ ଦିଲ୍ଲୀର ଏଲଏନଜେପି ହସ୍ପିଟାଲର ଜଣେ ଡାକ୍ତର ଡ୍ୟୁଟି ସମୟରେ କୋରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ତେବେ ଡାକ୍ତର ଅସୀମ ଗୁପ୍ତା କୋରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଆଇସିୟୁରେ ଥିଲେ । କିନ୍ତୁ ଶନିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଅସୀମ ଗୁପ୍ତା ଜଣେ ଆନାସ୍ଥେସିଆ ଡାକ୍ତର ଥିଲେ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 19906 ନୂତନ ସଂକ୍ରମଣ ହୋଇଛି ଏବଂ 410 ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା 528859 ରେ ପହଞ୍ଚିଛି ଥିବା ବେଳେ ଏପର୍ଯ୍ୟନ୍ତ 16095 ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି। ଆଶ୍ବସ୍ତିକର କଥା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସା ପରେ 309713 ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ଶନିବାର ଦିନ ଦିଲ୍ଲୀରେ 2948 ଟି ନୂଆ ମାମଲା ରେକର୍ଡ କରାଯାଇଛି। ରାଜଧାନୀରେ କୋରୋନା ରୋଗୀଙ୍କ ସଂଖ୍ୟା 80,188 କୁ ବୃଦ୍ଧି ପାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା 2558ରେ ପହଞ୍ଚିଛି।

ବର୍ତ୍ତମାନ LNJP ହସ୍ପିଟାଲର ପରିବାର ସଦସ୍ୟମାନେ ଭିଡିଓ କଲ ମାଧ୍ୟମରେ କୋରୋନା ରୋଗୀଙ୍କ ଅବସ୍ଥା ଜାଣିପାରିବେ ।

ABOUT THE AUTHOR

...view details