ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରମୁଖ ଦଳମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଜୋରଦାର ହୋଇଛି । ଦିଲ୍ଲୀ ଦଖଲ ପାଇଁ ନିର୍ବାଚନୀ ପ୍ରଚାରକୁ ଜୋରସୋର କରିଛନ୍ତି ଦଳର ନେତାମାନେ । ଦିଲ୍ଲୀରେ ବିଜେପିର ରାଜନାଥ ସିଂ, ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ବିଭିନ୍ନ ନିର୍ବାଚନୀ ରାଲିରେ ଯୋଗଦେବେ ।
ଦିଲ୍ଲୀ ନିର୍ବାଚନ: ଆଜି ପ୍ରଚାର କରିବେ ରାଜନାଥ, ଜେପି ଓ ଯୋଗୀ - bjp news
ଦିଲ୍ଲୀ ବିଧାନସଭା ଦଖଲ ପାଇଁ ନିର୍ବାଚନୀ ପ୍ରଚାରକୁ ଜୋରସୋର କରିଛନ୍ତି ଦଳର ନେତାମାନେ । ଆଜି ଦିଲ୍ଲୀରେ ବିଜେପିର ରାଜନାଥ ସିଂ, ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ବିଭିନ୍ନ ନିର୍ବାଚନୀ ରାଲିରେ ଯୋଗଦେବେ । ଅଧିକ ପଢନ୍ତୁ...
ଦିଲ୍ଲୀ ନିର୍ବାଚନ : ଆଜି ପ୍ରଚାର କରିବେ ରାଜନାଥ, ଜେପି ଓ ଯୋଗୀ
ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ସଭାପତି ଜେପି ନଡ୍ଡା ଦୁଇଟି ଲେଖାଏଁ ନିର୍ବାଚନୀ ରାଲିରେ ଯୋଗଦେବେ । ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ବିଧାନସଭା ନିର୍ବାଚନରେ 4 ନିର୍ବାଚନୀ ରାଲିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମ ପାର୍ଟି (ଆପ) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଜୋରଦାର ଲଢେଇ ଚାଲିଛି । ଦିଲ୍ଲୀରେ ଆସନ୍ତା 8 ତାରିଖ ଦିନ ଭୋଟ ଅନୁଷ୍ଠିତ ହେବ ଏବଂ 11 ତାରିଖ ଦିନ ଭୋଟ ଫଳାଫଳ ବାହାରିବ ।