ଓଡିଶା

odisha

ETV Bharat / bharat

ଗର୍ଭପାତ ସମୟସୀମା ବୃଦ୍ଧି ନେଇ କେନ୍ଦ୍ରର ମତ ଲୋଡିଲେ ଦିଲ୍ଲୀ ହାଇକୋର୍ଟ

ଗର୍ଭପାତର ସମୟସୀମା ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରର ମତ ଲୋଡିଲେ ଦିଲ୍ଲୀ ହାଇକୋର୍ଟ । ଅଗଷ୍ଟ 6 ତାରିଖରେ ହେବ ପରବର୍ତ୍ତୀ ଶୁଣାଣି ।

By

Published : May 28, 2019, 11:33 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ମା' ଓ ଶିଶୁର ଜୀବନ ପାଇଁ ବିପଦ ଥିଲେ ଗର୍ଭପାତର ସମୟ ସୀମା 4 ସପ୍ତାହରୁ 6 ସପ୍ତାହ ବୃଦ୍ଧି ପାଇଁ ଆବେଦେନର ଶୁଣାଣି ପାଇଁ କେନ୍ଦ୍ରର ମତ ଲୋଡିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ଆବେଦନରେ ଗର୍ଭପାତର ସମୟସୀମା ବୃଦ୍ଧି କରାଯିବା ନେଇ ଦାବି ହୋଇଥିଲା । ଏଥିରେ ଆବେଦନ ହୋଇଥିଲା ଯେ ଯଦି ଗର୍ଭଧାରଣ ସମୟରେ ମା' ଓ ଶିଶୁର ଜୀବନ ପ୍ରତି ବିପଦ ଥାଏ ତେବେ ଗର୍ଭପାତ କରାଇବାର ସମୟସୀମା 20 ସପ୍ତାହରୁ ବୃଦ୍ଧି କରାଯାଇ 24 ଅଥବା 26 ସପ୍ତାହ କରାଯିବା ଦରକାର ।

ଏହାସହ ଏହି ଆବେଦନରେ ଏହା ମଧ୍ୟ ଅନୁରୋଧ କରାଯାଇଛି ଯେ ଅବିବାହିତ ଓ ବିଧବାଙ୍କୁ ମଧ୍ୟ ଆଇନ ଅନୁଯାୟୀ ବୈଜ୍ଞାନିକ ପଦ୍ଧତିରେ ଗର୍ଭପାତ କରିବା ପାଇଁ ଅନୁମତି ଦିଆଯାଉ । ଏହି ଆବେଦନ ସମାଜସେବୀ ତଥା ଓକିଲ ଅମିତ ସାହାନୀଙ୍କ ଦ୍ୱାରା ଦାୟର କରାଯାଇଛି । ଅଗଷ୍ଟ 6 ତାରିଖରେ ଏନେଇ ପରବର୍ତ୍ତୀ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ ।

ସୂଚନା ଯୋଗ୍ୟ ଯେ ମା ଅବା ଶିଶୁର ସ୍ବାସ୍ଥ୍ୟ ପ୍ରତି କୌଣସି ବିପଦ ଥିଲେ ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ, 1971 ଅନୁସାରେ ଗର୍ଭପାତ କରାଇବାର ସମୟସୀମା 20 ସପ୍ତାହ ରହିଛି ।

ABOUT THE AUTHOR

...view details