ଓଡିଶା

odisha

ETV Bharat / bharat

ଶୁକ୍ରବାର କୁଳଦୀପ ସେଙ୍ଗର ଯାଚିକାର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ - କୁଳଦୀପ ସେଙ୍ଗରଙ୍କ ଅପିଲ

ଉନ୍ନାଓ ଗଣଦୁଷ୍କର୍ମ ଘଟଣାର ଦୋଷୀ କୁଳଦୀପ ସେଙ୍ଗରଙ୍କ ଆବେଦନକୁ ନେଇ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି । ତିସ ହଜାରି କୋର୍ଟ ରାୟ ବିରୁଦ୍ଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କୁଳଦୀପ ।

କୁଳଦୀପ ସେଙ୍ଗରଙ୍କ ଅପିଲ ଉପରେ ଆସନ୍ତା କାଲି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ
କୁଳଦୀପ ସେଙ୍ଗରଙ୍କ ଅପିଲ ଉପରେ ଆସନ୍ତା କାଲି ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ

By

Published : Jan 16, 2020, 11:09 PM IST

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ଘଟଣାର ଦୋଷୀ କୁଳଦୀପ ସେଙ୍ଗରଙ୍କ ଆବେଦନରେ ଶୁକ୍ରବାର ଶୁଣାଣି କରିବ ଦିଲ୍ଲୀ ହାଇକୋର୍ଟ । ଗଣଦୁଷ୍କର୍ମ ମାମଲାରେ ଦିଲ୍ଲୀର ତିସ ହଜାରି କୋର୍ଟ କୁଳଦୀପଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ତଳକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କୁଳଦୀପ ।

ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଉନ୍ନାଓର ପୂର୍ବତନ ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗର ଡିସେମ୍ବର 16 ତାରିଖରେ ଟ୍ରାୟଲ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦିଲ୍ଲୀ ତିସ୍‌ ହଜାରୀ କୋର୍ଟ ଏହି ମାମଲାରେ ପୋକ୍ସୋ ଆଇନ ଏବଂ ଆଇପିସି ଧାରା ୩୭୬ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେଙ୍ଗରଙ୍କ ନାଁରେ ମୋଟ ୫ଟି ମାମଲା ହୋଇଥିଲା। ମାତ୍ର ଗୋଟିଏ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ସହ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କହିଥିଲେ । ଦୁଷ୍କର୍ମ ମାମଲାରେ ସେଙ୍ଗାରଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିଲା ।

୨୦୧୭, ଜୁନ ୪ରେ ନାବାଳିକାଙ୍କୁ ଚାକିରି ଲୋଭ ଦେଖାଇ ଅପହରଣ କରି ଦୁଷ୍କର୍ମ କରିଥିଲେ କୁଳଦୀପ ଓ ତାଙ୍କର ଦୁଇ ଭାଇ । ଗତବର୍ଷ ଏପ୍ରିଲ ମାସରେ ଆଲ୍ଲାହାବାଦ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ସେଙ୍ଗରଙ୍କୁ ଗିରଫ କରିଥିଲା । ୨୦୧୯, ଜୁଲାଇ ମାସରେ ପୀଡ଼ିତା ନିଜ ପରିବାର ସହ କାର୍‌ରେ ରାୟବରେଲି ଯାଉଥିଲା ବେଳେ ଏକ ନମ୍ବର ବିହୀନ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ମା' ଓ ଖୁଡ଼ିଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପଛରେ ସେଙ୍ଗରଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।

ABOUT THE AUTHOR

...view details