ଓଡିଶା

odisha

ETV Bharat / bharat

RTI ଅଧିନିୟମରେ ପିଏମ କେୟାର ଫଣ୍ଡ୍ ଆସିବ ନାହିଁ, ଆବେଦନକୁ ଦିଲ୍ଲୀ ହାଇକୋର୍ଟର ପ୍ରତ୍ୟାଖ୍ୟାନ - Delhi High Court

କୋଭିଡ୍-19କୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ୱାର୍ଥ ମକଦ୍ଦମା (PIL) କୁ ପ୍ରତ୍ୟାଖ୍ୟାନ କରାଯାଇଛି। PM CARES ପାଣ୍ଠିକୁ ସୂଚନା ଅଧିକାର (ଆରଟିଆଇ) ଅଧିନିୟମ ଅଧୀନରେ ଆସିବ ନାହିଁ।

ଆରଟିଆଇ ଅଧିନିୟମରେ PM-CARES ପାଣ୍ଠି ଆସିବ ନାହିଁ, ଯାଚିକାକୁ ଦିଲ୍ଲୀ ହାଇକୋର୍ଟର ପ୍ରତ୍ୟାଖ୍ୟାନ
ଆରଟିଆଇ ଅଧିନିୟମରେ PM-CARES ପାଣ୍ଠି ଆସିବ ନାହିଁ, ଯାଚିକାକୁ ଦିଲ୍ଲୀ ହାଇକୋର୍ଟର ପ୍ରତ୍ୟାଖ୍ୟାନ

By

Published : Jun 10, 2020, 1:57 PM IST

ନୂଆଦିଲ୍ଲୀ: କୋଭିଡ୍-19କୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଜନସ୍ୱାର୍ଥ ମକଦ୍ଦମା (PIL) କୁ ପ୍ରତ୍ୟାଖ୍ୟାନ କରାଯାଇଛି। ଖାରଜ୍ ହୋଇଯାଇଛି ଆବେଦନ। PM CARES ପାଣ୍ଠିକୁ ସୂଚନା ଅଧିକାର (ଆରଟିଆଇ) ଅଧିନିୟମ ଅଧୀନରେ ଆଣିବାକୁ ଚାହୁଁଛି ଏବଂ ଏଥିରେ ଅଧିକ ସ୍ୱଚ୍ଛତା ଆଣିବାକୁ ଆବେଦନ ହୋଇଥିଲା। ଦିଲ୍ଲୀ ଏଚସି କହିଛି ଯେ, କର୍ଣ୍ଣାଟକରେ ଏହି ମାମଲାରେ ଏକ ଆବେଦନ ବିଚାରାଧୀନ ଅଛି ଏବଂ ଏହି କାରଣରୁ କୋର୍ଟ ବର୍ତ୍ତମାନ ସୁଦ୍ଧା ଏହା ଉପରେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହାଁନ୍ତି।

ସୂଚନା ଅଧିକାର ଆଇନର ଧାରା 2 (h) ର ଆଭିମୁଖ୍ୟରେ PM CARES ପାଣ୍ଠି ହେଉଛି ଏକ 'ପବ୍ଲିକ୍ ଅଥରିଟି' ଶ୍ରେଣୀର ଏବଂ ସଂଗୃହିତ ପାଣ୍ଠିର ବିବରଣୀ ଏବଂ କେଉଁ ଉଦ୍ଦେଶ୍ୟ ପାଇଁ ଏହା ଜମା ବା ଖର୍ଚ୍ଚ ହେଉଛି ତାହା ସାର୍ଵଜନୀନ କରିବା ଜରୁରୀ ବୋଲି ପ୍ରାର୍ଥନା କରାଯାଇଥିଲା। ଏହାର ସଵିଶେଷ ରିପୋର୍ଟ ୱେବସାଇଟ୍ ଉପଲବ୍ଧ କରାଇବାକୁ ପିଏଲଆଇରେ ଦର୍ଶାଯାଇଥିଲା। ହେଲେ କୋର୍ଟ ଏହାକୁ ଖାରଜ୍ କରି ଦେଇଛି।

ଆବେଦନକାରୀ ଏହା ମଧ୍ୟ କହିଛନ୍ତି ଯେ, କୋଭିଡ୍-19 ର ଶିକାର ହୋଇଥିବା ରୋଗୀମାନେ ଜୀବାଣୁଙ୍କ ମୁକାବିଲା ପାଇଁ ସଂଗୃହିତ ପାଣ୍ଠି ବିଷୟରେ ଜାଣିବାର ଅଧିକାର ରହିଛି। ଯେଉଁ ରୋଗୀମାନେ ଜୀବାଣୁଙ୍କ ମୁକାବିଲା ପାଇଁ ତୁରନ୍ତ ଆର୍ଥିକ ସହାୟତା ଆବଶ୍ୟକ କରନ୍ତି, ସେମାନେ PM CARES ପାଣ୍ଠିରୁ ସଂଗୃହୀତ ପାଣ୍ଠି ବ୍ୟବହାର କରି ଚିକିତ୍ସିତ ତଥା ଆର୍ଥିକ ସହାୟତା ପାଇଵାର ମୌଳିକ ଅଧିକାରକୁ କାର୍ଯ୍ୟକାରୀ କରିବା ସ୍ଥିତିରେ ନାହାଁନ୍ତି।

ଆବେଦନକାରୀ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଯଦି ପିଏମ କେୟାର ଫଣ୍ଡର ସବିଶେଷ ତଥ୍ୟ ପ୍ରକାଶ କରାଯାଉ ନାହିଁ କିମ୍ବା ପ୍ରକାଶ କରାଯାଇ ନାହିଁ, ତେବେ ଏହା ସନ୍ଦେହର କାରଣ ହୋଇଛି। କାହିଁକି କୌଣସି ରହସ୍ୟ ରହିଛି ବୋଲି ଆବେଦନକାରୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି !

ଏଥିରେ ଆହୁରୀ ମଧ୍ୟ ଦର୍ଶାଯାଇଛି ଯେ, 2 ମାସ ମଧ୍ୟରେ ପିଏମ କେୟାର ଫଣ୍ଡରେ ସଂଗୃହିତ ପରିମାଣ ପ୍ରାୟ 10,000 କୋଟି ଟଙ୍କା ଅଟେ। ଏହି ଦାନଗୁଡ଼ିକ ମୁଖ୍ୟତଃ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ, କେନ୍ଦ୍ରୀୟ ମନ୍ତ୍ରଣାଳୟ, ସଶସ୍ତ୍ର ବାହିନୀର କର୍ମଚାରୀ, ସରକାରୀ କର୍ମଚାରୀ ଏବଂ ନ୍ୟାୟିକ ଅନୁଷ୍ଠାନର ସଦସ୍ୟମାନଙ୍କଠାରୁ ଆସିଛି। ଏହି ପାଣ୍ଠି ବାଧ୍ୟତାମୂଳକ ଭାବେ ପିଏମ କେୟାର ଫଣ୍ଡରେ ଦାନ କରାଯାଇଛି ବୋଲି ଏଥିରେ ଦର୍ଶାଯାଇଛି।

ABOUT THE AUTHOR

...view details