ଓଡିଶା

odisha

ETV Bharat / bharat

ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ, କୋରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ 80% ICU - delhi high court

ଦିଲ୍ଲୀରେ ପୂନର୍ବାର ବଢୁଛି କୋରୋନା ମାମଲା । ଏହି ସମୟରେ କୋରୋନା ଭାଇରସ ରୋଗୀଙ୍କ ପାଇଁ ଦିଲ୍ଲୀର 33 ଘରୋଇ ହସ୍ପିଟାଲର 80 ପ୍ରତିଶତ ଆଇସିୟୁ ଶଯ୍ୟା ସଂରକ୍ଷଣ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ
ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ

By

Published : Nov 12, 2020, 5:06 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପୂନର୍ବାର ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟ ମଧ୍ୟରେ କୋରୋନା ଭାଇରସ ରୋଗୀଙ୍କ ପାଇଁ ଦିଲ୍ଲୀର 33 ଘରୋଇ ହସ୍ପିଟାଲର 80 ପ୍ରତିଶତ ଆଇସିୟୁ ସଂରକ୍ଷଣ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ବଢୁଥିବା କୋରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର 33 ଟି ଘରୋଇ ଡାକ୍ତରଖାନାର 80 ପ୍ରତିଶତ ଆଇସିୟୁ ଶଯ୍ୟା କୋରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୋର୍ଟ କେବଳ ଦୁଇ ସପ୍ତାହ ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ 26 ନଭେମ୍ବରରେ ହାଇକୋର୍ଟ ଏହି ମାମଲାର ପୁନଃ ସମୀକ୍ଷା କରିବେ।

ସମୀକ୍ଷା ବୈଠକରେ ହାଇକୋର୍ଟ ଦେଖିବେ ଯେ 33 ଟି ଘରୋଇ ଡାକ୍ତରଖାନାର ଆଇସିୟୁ ଶଯ୍ୟା ମଧ୍ୟରୁ 80 ପ୍ରତିଶତ ରିଜର୍ଭରେ ରଖାଯିବ କି ନାହିଁ। ଏଥିସହ କୋଭିଡ-19 ର ଦିନକୁ ଦିନ ବଢୁଥିବା ମାମଲା ଉପରେ ତିନି ଦିନ ମଧ୍ୟରେ ଏହାର ଉତ୍ତର ଦାଖଲ କରିବାକୁ କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି । ଦିଲ୍ଲୀ ସରକାର ଏହାର ପ୍ରସ୍ତୁତି ବିଷୟରେ କୋର୍ଟଙ୍କୁ ଜଣାଇବେ । ଏହା ବ୍ୟତୀତ ଦିଲ୍ଲୀ ହାଇକୋର୍ଟ ବେସରକାରୀ ଡାକ୍ତରଖାନା ଗୁଡିକୁ କୋରୋନା ରୋଗୀଙ୍କ ପାଇଁ 80 ପ୍ରତିଶତ ଆଇସିୟୁ ଶଯ୍ୟାକୁ ଅବଶିଷ୍ଟ 20 ପ୍ରତିଶତ ଆଇସିୟୁ ବେଡରୁ ପୃଥକ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details