ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ ନେତା ଡ଼ି.କେ ଶିବକୁମାରଙ୍କୁ ମିଳିଲା ଜାମିନ। 25,000 ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।
ଶିବକୁମାରଙ୍କୁ ମିଳିଲା ଜାମିନ - ଶିବକୁମାରଙ୍କୁ ମିଳିଲା ଜାମିନ
ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ ହୋଇ ତିହାର ଜେଲଥିବା ବରିଷ୍ଠ କଂଗ୍ରସ ନେତା ଡ଼ି କେ ଶିବକୁମାରଙ୍କୁ ମିଳିଛି ଜାମିନ । ଜାମିନ ପ୍ରଦାନ କଲେ ଦିଲ୍ଲୀ ହାଇକୋର୍ଟ।

ଫାଇଲ ଫଟୋ
ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ ହେବା ସହ ତିହାର ଜେଲରେ ନ୍ୟାୟିକ ହେପାଜତରେ ଥିଲେ କଂଗ୍ରେସର ଏହି ବରିଷ୍ଠ ନେତା।
ଅପରାହ୍ନରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ବିଚାରପତି ସୁରେଶ କୈତ ଶୁଣାଇଛନ୍ତି ରାୟ । ଶିବ କୁମାର ଜାମିନ ପାଇଁ ପ୍ରଥମେ ଟ୍ରାଏଲ କୋର୍ଟରେ ଆବେଦନ କରିଥିବା ବେଳେ, ଜାମିନ ଖାରଜ କରିଥିଲେ କୋର୍ଟ।
Last Updated : Oct 23, 2019, 4:36 PM IST