ଓଡିଶା

odisha

ETV Bharat / bharat

ଜେଏନୟୁ ହିଂସା: ହ୍ବାଟ୍ସଆପ ଗ୍ରୁପ ମେମ୍ବରଙ୍କ ଫୋନ ଜବତ କରିବାକୁ ହାଇକୋର୍ଟର ନିର୍ଦ୍ଦେଶ

ଜେଏନୟୁରେ ଜାନୁଆରୀ 5ରେ ହୋଇଥିବା ହିଂସା ଘଟଣା ବିରୋଧରେ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ହ୍ବାଟ୍ସଆପ ଜରିଆରେ ଗ୍ରୁପ କରି ହିଂସାକୁ ରୂପ ଦେଉଥିବା ଦୁଇ ଗ୍ରୁପ ମେମ୍ବରଙ୍କ ମୋବାଇଲ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅଧିକ ପଢନ୍ତୁ...

JNU violenece update
ଜେଏନୟୁ ହିଂସା

By

Published : Jan 15, 2020, 3:55 AM IST

ନୂଆଦିଲ୍ଲୀ: ଜେଏନୟୁରେ ଜାନୁଆରୀ 5ରେ ହୋଇଥିବା ହିଂସା ଘଟଣା ବିରୋଧରେ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଏହାକୁ ନେଇ ଆଜି(ମଙ୍ଗଳବାର) ହାଇକୋର୍ଟରେ ଶୁଣାଣି କରାଯାଇଛି । ଅଧ୍ୟାପକ ଅମିତ ପରମେଶ୍ବରନ୍, ଅତୁଲ୍ ସୁଦ ଓ ଶୁକ୍ଲା ବିନାୟକ ସାବନ୍ତଙ୍କ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଥିଲା ।

ହ୍ବାଟ୍ସଆପ ଜରିଆରେ ଗ୍ରୁପ କରି ହିଂସାକୁ ରୂପ ଦେଉଥିବା ଦୁଇ ଗ୍ରୁପ ମେମ୍ବରଙ୍କ ମୋବାଇଲ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ‘ଫ୍ରେଣ୍ଡସ ଅଫ ଆରଏସଏସ’ ଓ ‘ୟୁନିଟି ଅଗେନଷ୍ଟ ଲେଫ୍ଟ’ର ଦୁଇଟି ଗ୍ରୁପର ସଦସ୍ୟଙ୍କ ଫୋନ ଜବତ କରି ଡାଟା ସଂରକ୍ଷିତ କରିବାକୁ ଆଦେଶ ଦିଆଯାଇଛି ।

ଅନ୍ୟପକ୍ଷେ ଗୁଗୁଲ ଓ ହ୍ବାଟ୍ସଆପକୁ ହିଂସା ସମ୍ବନ୍ଧୀୟ ସେୟାର କରାଯାଉଥିବା ଡାଟା ଓ ଅନ୍ୟ ପ୍ରମାଣକୁ ସଂରକ୍ଷିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଇମେଲକୁ ମଧ୍ୟ ସାମିଲ କରାଯାଇଛି । ପ୍ରକାଶଥାଉକି, ଏହି ଯାଚିକାରେ ଡାଟା, ସିସିଟିଭି ଫୁଟେଜ, ଅନ୍ୟ ସାଖିକୁ ସୁରକ୍ଷିତ ରଖିବାକୁ ଦାବୀ କରାଯାଇଥିଲା ।

ABOUT THE AUTHOR

...view details