ଓଡିଶା

odisha

ETV Bharat / bharat

ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ପୁଣି ଥରେ ହେବ କୋରୋନା ପରୀକ୍ଷା

ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ପୁଣି ଥରେ ହେବ କୋରୋନା ପରୀକ୍ଷା । ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ଦେଲେ ଚିକିତ୍ସା କରୁଥିବା ଡାକ୍ତର । ଅଧିକ ପଢନ୍ତୁ...

Delhi Health Minister will be tested again for COVID-19
ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନଙ୍କର ପୁଣି ଥରେ ହେବ କୋରୋନା ପରୀକ୍ଷା

By

Published : Jun 17, 2020, 8:41 AM IST

ନୂଆଦିଲ୍ଲୀ: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ହେବ ପୁଣି ଥରେ କୋରୋନା ପରୀକ୍ଷା । ତାଙ୍କ ଠାରେ କୋରୋନା ଲକ୍ଷଣ ଦେଖା ଦେଇଥିବାରୁ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ବିଳମ୍ବିତ ରାତିର ତାଙ୍କୁ ପ୍ରବଳ ଜ୍ବର ହେବ ସହିତ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ତାଙ୍କର କୋରୋନା ପରୀକ୍ଷା ମଧ୍ୟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଛି ।

ତେବେ ପୁଣି ଥରେ ତାଙ୍କର ବୁଧବାର କୋରୋନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ତେବେ ସତ୍ୟେନ୍ଦ୍ର ଜୈନଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details