ଓଡିଶା

odisha

ETV Bharat / bharat

ରାଜଧାନୀ ଦିଲ୍ଲୀ ନଂ-1 କ୍ରାଇମ ସିଟି - ନୂଆଦିଲ୍ଲୀ

2017-18ରେ ବିଭିନ୍ନ ସହରରେ ହୋଇଥିବା ଅପରାଧ ମାମଲାକୁ ଭିତ୍ତି କରି ନିକଟରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ଦିଲ୍ଲୀ ଶୀର୍ଷ ସ୍ଥାନରେ ଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ଦୁଷ୍କର୍ମ ଏବଂ ହତ୍ୟା ଭଳି ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ପ୍ରତିକାତ୍ମକ ଫଟୋ

By

Published : Oct 22, 2019, 11:49 PM IST


ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଛି । ହତ୍ୟା ଓ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧର ସଂଖ୍ୟା ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଅପରାଧ ପ୍ରବଣ ସହର ଭାବେ ଦେଶରେ ଶୀର୍ଷ ସ୍ଥାନରେ ରହିଛି । ନ୍ୟାସନାଲ କ୍ରାଇମ ବ୍ୟୁରୋ ରେକର୍ଡ ଦ୍ବାରା ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି ।

2017-18ରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ଏହି ତଥ୍ୟ ପ୍ରକାଶ କରିଛି ନ୍ୟାସନାଲ କ୍ରାଇମ ବ୍ୟୁରୋ ରେକର୍ଡ । ପ୍ରକାଶିତ ଏହି ରିପୋର୍ଟ ମୁତାବକ ମୁମ୍ବାଇ, ଦିଲ୍ଲୀରେ ଘଟୁଥିବା ଅପରାଧର ସଂଖ୍ୟା କୋଲକାତା ଓ ଚେନ୍ନାଇରେ ଘଟୁଥିବା ଅପରାଧର ଦୁଇ ଗୁଣା ବୋଲି ଜଣାପଡ଼ିଛି ।

ଅପରାଧର ସଂଖ୍ୟାକୁ ନେଇ ଦେଶର ପ୍ରମୁଖ 20ଟି ସହରକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରେ ଦିଲ୍ଲୀକୁ ଶୀର୍ଷ ମାନ୍ୟତା ମିଳିଥିବା ବେଳେ ବେଙ୍ଗାଲୁରୁ ଦ୍ବିତୀୟ ଏବଂ ପାଟନା ତୃତୀୟ ସ୍ଥାନରେ ରହିଛନ୍ତି ।

ମିଳିଥିବା ସୂଚନା ମୁତାବକ ଏହି ମେଟ୍ରୋ ସହର ଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ଅପରାଧିକ ମାମଲା ଥାନାରେ ରୁଜୁ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟ ସହର ଅପେକ୍ଷା ଦିଲ୍ଲୀରେ ପାଖାପାଖି 40 ପ୍ରତିଶତ ଅଧିକ ମାମଲା ରୁଜୁ ହୋଇଥିବା ପ୍ରକାଶିତ ରିପୋର୍ଟରୁ ସୂଚନା ମିଳିଛି ।

ଦିଲ୍ଲୀରେ ହେଉଥିବା ଅପରାଧ ସଂଖ୍ୟା ମୁମ୍ବାଇ ଓ କୋଲକାତା ସହିତ ତୁଳନା କରାଯାଇଥିଲା । 2017 ମସିହରେ ଦିଲ୍ଲାରେ 1168ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିବା ବେଳେ ମୁମ୍ବାଇରେ 287ଟି ମାମଲା ରୁଜୁ ହୋଇଥିଲା । ସେହିଭଳି ଜୟପୁରରେ 210ଟି ମାମଲା ରୁଜୁ ହୋଇଥିବା ଦେଖିବାକୁ ମିଳିଥିଲା । ସେହିଭଳି ଇନ୍ଦୋରରେ 206ଟି ମାମଲା ରୁଜୁ ହୋଇଥିବା ବେଳେ କଲିକତାରେ 15ଟି ମାମଲା ରୁଜୁ ହୋଇନଥିଲା । ସେହିଭଳି 2017ରେ କୋଏମ୍ବାଟୁରରେ କୌଣସି ଦୁଷ୍କର୍ମ ମାମଲା ରୁଜୁ ହୋଇନଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା ।

ABOUT THE AUTHOR

...view details