ଓଡିଶା

odisha

ETV Bharat / bharat

ଦିଲ୍ଲୀ ପୋଲିସରେ ପ୍ରଥମ କୋରୋନା ମୃତ୍ୟୁ - ଦିଲ୍ଲୀ ପୋଲିସ

ଦିଲ୍ଲୀ ପୋଲିସରେ କୋରୋନା ଭାଇରସ୍ ସଂକ୍ରମଣ ହେତୁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ତେବେ ଦିଲ୍ଲୀର ଭାରତ ନାଗର ପୋଲିସ ଷ୍ଟେସନରେ କନଷ୍ଟେବଳ ଥିବା ଅମିତ କୁମାରଙ୍କ(31) କୋରୋନା କାରଣରୁ ମୃତ୍ୟୁ ହୋଇଛି ।

corona death
ଦିଲ୍ଲୀ ପୋଲିସରେ ପ୍ରଥମ କୋରୋନା ମୃତ୍ୟୁ

By

Published : May 7, 2020, 9:48 AM IST

Updated : May 7, 2020, 1:41 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସରେ କୋରୋନା ଭାଇରସ୍ ସଂକ୍ରମଣ ହେତୁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ତେବେ ଦିଲ୍ଲୀର ଭାରତ ନାଗର ପୋଲିସ ଷ୍ଟେସନରେ କନଷ୍ଟେବଳ ଥିବା ଅମିତ କୁମାରଙ୍କ(31) କୋରୋନା କାରଣରୁ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଅମିତ ହରିୟାଣାର ସୋନୀପତ ନିବାସୀ ଥିବାବେଳେ ସେ ଦିଲ୍ଲୀ ଭାରତ ନଗର ପୋଲିସ ଷ୍ଟେସନରେ କନେଷ୍ଟବଳ ରୂପେ କାର୍ଯ୍ୟରତ ଥିଲେ । ତେବେ ଗତ ମେ 5ରେ ଡ୍ୟୁଟିରେ ଥିବାବେଳେ ଅମିତଙ୍କ ସ୍ବାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଥିଲା । ହଠାତ୍ ତାଙ୍କୁ ଜ୍ବର ଆସିବା ସହ ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିଲା । ବୈରକରେ ଥିବା ଅମିତଙ୍କ ବନ୍ଧୁ ତାଙ୍କୁ ଦୀପଚନ୍ଦ ବନ୍ଧୁ ମେଡିକାଲ ନେଇଥିଲେ ।

ଅଭିଯୋଗ ଆସିଛି ଯେ, ମେଡିକାଲରେ କେବଳ କୋରୋନା ରୋଗୀ ଆଡମିଟ୍ ହେଉଛନ୍ତି କହି ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ମେଡିସିନ ଦେଇ ପଠାଇ ଦେଇଥିଲେ । ମାତ୍ର ଅମିତଙ୍କର ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ନେଇଥିଲେ । ଏହାପରେ ରାତିରେ ପୁଣି ଅମିତଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କ ବନ୍ଧୁ ତାଙ୍କୁ ପୁଣିଥରେ ମେଡିକାଲ ନେଇଥିଲେ । ହେଲେ ପୁଣି ଥିରେ ସମାନ କଥା କହି ଅମିତଙ୍କୁ ମେଡାକଲରେ ଭର୍ତ୍ତି କରାଇନଥିଲେ ।

ଏହାପରେ ଅମିତଙ୍କ ସ୍ବାସ୍ଥ୍ୟବସ୍ଥା ବହୁତ ଖରାପ ହେବାରୁ ତାଙ୍କ ବନ୍ଧୁ ଦିଲ୍ଲୀର ରାମ ମନୋହର ଲୋହିୟା ମେଡିକାଲ ନେଇଥିଲେ । ମାତ୍ର ସେତେବେଳେ ଅମିତଙ୍କର ମୃତ୍ୟୁ ଘଟିଥିଲା । ତେବେ ଗତ ମେ 6ରେ ଯେତେବେଳେ ଅମିତଙ୍କର ରିପୋର୍ଟ ଆସିଥିଲା ସେତେବେଳେ ଅମିତ କୋରୋନା ଆକ୍ରାନ୍ତଥିବା ଜଣାପଡିଥିଲା । ଏପଟେ ଅମିତଙ୍କ ଯୋଗାଯୋଗରେ ଆସିଥିବା ସମସ୍ତ ପୋଲିସ ଅଫିସରଙ୍କୁ କ୍ବାରେଣ୍ଟିନରେ ରଖାଯିବା ସହ ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ନିଆଯାଇଛି ।

ଏପଟେ ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କନେଷ୍ଟବଳ ଅମିତଙ୍କ ପରିବାରକୁ ସମ୍ମାନ ସ୍ବରୁପ 1 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏଥିସହ ଅରବିନ କେଜ୍ରିୱାଲ ଏକ ଟ୍ବିଟ କରି କହିଛନ୍ତି, ‘କୋରୋନା ଭାଇରସ ସଙ୍କଟ ସମୟରେ ନିଜ ଜୀବନକୁ ଖାତିର ନକରି ଅମିତ୍ ଜୀ ଲୋକଙ୍କ ସେବା କରିଚାରିଥିଲେ । ର୍ଦୁଭାଗ୍ୟବଶତଃ ସେ କୋରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ଏହି ବଳିଦାନ ପାଇଁ ମୁଁ ତାଙ୍କ ସହ ତାଙ୍କ ପରିବାରକୁ ସମ୍ମାନ ଜଣାଇ 1 କୋଚି ଟଙ୍କା ତାଙ୍କ ପରିବାରକୁ ପ୍ରଦାନ କରୁଛି ।’

Last Updated : May 7, 2020, 1:41 PM IST

ABOUT THE AUTHOR

...view details