ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ। ଦୀର୍ଘ ଦିନ ଧରି ଲାଗି ରହିଥିବା ଏହି ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏସିବି, ତଦନ୍ତ ଆୟୋଗ ଇତ୍ୟାଦି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଯାହାକି ଦିଲ୍ଲୀ ସରକାରଙ୍କୁ ବଡ ଝଟକା ବୋଲି କୁହାଯାଉଛି।
ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ, କ୍ଷମତା କାହା ପାଖରେ କଣ ରହିବ ଶୁଣାଣି କଲେ ସୁପ୍ରିମକୋର୍ଟ
ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତାକୁ ନେଇ ଲାଗି ରହିଥିବା ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଏସିବି, ତଦନ୍ତ ଆୟୋଗ ଇତ୍ୟାଦି ଉପରେ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ କରିଛନ୍ତି ଦୋଶର ସର୍ବୋଚ୍ଚ ଅଦାଲତ।
ଗୁରୁବାର ଏହି ମାମଲାର ଶୁଣାଣି ଜଷ୍ଟିସ୍ ସିକ୍ରି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ କରିଛନ୍ତି। ବିଜୁଳି ଏବଂ ଜମିକୁ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ସର୍ବ ଭାରତୀୟ ସେବା କ୍ଷେତ୍ରରେ ଅଧିକାରକୁ ନେଇ ଉଭୟ ବିଚାରପତିଙ୍କ ଭିତରେ ସହମତି ପ୍ରକାଶ ପାଇନାହିଁ । ଏହି ମାମଲାର ଶୁଣାଣି 3 ଜଣିଆ ଖଣ୍ଡପୀଠ କରିବେ ବୋଲି ଜଣାପଡିଛି।
ଶୁଣାଣି ବେଳେ ଜଷ୍ଟିସ ସିକ୍ରି କହିଛନ୍ତି, ସାଧାରଣ କାମକୁ ନେଇ ଯେଉଁ ବିବାଦ ରହିଛି ଏହାର ସମାଧାନ ପାଇଁ ଏକ ପ୍ରକ୍ରିୟା ଗଠନ କରାଯିବ। ହେଲେ ଯୁଗ୍ମ ସଚିବରୁ ଉଚ୍ଚ ସ୍ତରର ବଦଳି କ୍ଷମତା ଉପରାଜ୍ୟପାଳଙ୍କ ପାଖରେ ରହିଛି। ଏସିବି ଏବଂ ତଦନ୍ତ ଆୟୋଗ ଗଠନ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଧିକାରରେ ରହିବ। କୌଣସି ମାମଲାରେ ମତଭେଦ ଦେଖାଗଲେ ଉପରାଜ୍ୟପାଳଙ୍କ ନିଷ୍ପତ୍ତି କାଏମ ରହିବ।