ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିନୟ ଶର୍ମାଙ୍କ ପକ୍ଷରୁ ଆବେଦନ କରାଯାଇଥିବା ଏକ ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ସରକାର। ଏ ଘଟଣାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ପ୍ରଥମରୁ ହିଁ ଫାଶୀ ଦଣ୍ଡ ଶୁଣାଇ ସାରିଛନ୍ତି। ତିହାର ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ବିନୟ ଶର୍ମା ପ୍ରଥମେ ରାଷ୍ଟ୍ରପତିଙ୍କ ପାଖରେ ଏହି ଯାଚିକା ଦାଖଲ କରିଥିଲେ।
ନିର୍ଭୟା ଗଣଦୁଷ୍କର୍ମ: ଦିଲ୍ଲୀ ସରକାରଙ୍କ ଦ୍ବାରା ଅଭିଯୁକ୍ତଙ୍କ ଯାଚିକା ଖାରଜ - ନିର୍ଭୟା ଗଣ ଦୁଷ୍କର୍ମର ଆରୋପୀ ବିନୟ ଶର୍ମାଙ୍କ ଦୟା ଯାଚିକାକୁ ଖାରଜ କରିଦେଇଛି ଦିଲ୍ଲୀ ସରକାର
ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିନୟ ଶର୍ମାଙ୍କ ପକ୍ଷରୁ ଆବେଦନ କରାଯାଇଥିବା ଏକ ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ସରକାର। ତିହାର ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ବିନୟ ଶର୍ମା ପ୍ରଥମେ ରାଷ୍ଟ୍ରପତିଙ୍କ ପାଖରେ ଏହି ଯାଚିକା ଦାଖଲ କରିଥିଲେ।
ଏହାର ଏକ କପି ଦିଲ୍ଲୀ ସରକାରଙ୍କୁ ପଠାଇଥିଲେ। ଦିଲ୍ଲୀର ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ଯାଚିକାକୁ ଖାରଜ କରିଛନ୍ତି। ଏହା ସହ ସେ କହିଥିଲେ କି, ଦିଲ୍ଲୀ ଘଟଣା ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ କେବେ ମଧ୍ୟ କ୍ଷମା କରାଯାଇ ପାରିବ ନାହିଁ। ସେମାନଙ୍କୁ କଠୋର ଦଣ୍ଡ ଦିଆଗଲେ ଅନ୍ୟମାନେ ମଧ୍ୟ ଏଭଳି ଅପରାଧ କରିବାକୁ ଡରିବେ।
ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଅକ୍ଷୟ, ପବନ ଓ ମୁକେଶ ଏଯାଏଁ ରାଷ୍ଟ୍ରପତିଙ୍କ ପାଖରେ କୌଣସି କ୍ଷମା ଯାଚିକା ଦାଖଲ କରିନାହାଁନ୍ତି। ଅନ୍ୟପକ୍ଷେ ରାମ ସିଂହ ନାମକ ଅଭିଯୁକ୍ତ, ତିହାଡ ଜେଲରେ ହିଁ ଆତ୍ମହତ୍ୟା କରିଥିବା ବେଳେ, ଅନ୍ୟଜଣେ ନାବାଳକ ଦଣ୍ଡମୁକ୍ତ ହୋଇସାରିଛି।