ଓଡିଶା

odisha

ETV Bharat / bharat

କୋରୋନା ଭୟ: ଦିଲ୍ଲୀ ସରକାରୀ ହସ୍ପିଟାଲରେ ବନ୍ଦହେଲା ବାୟୋମେଟ୍ରିକ ଉପସ୍ଥାନ

ବିଶ୍ବବାସୀଙ୍କୁ ଡରାଉଛି କୋରୋନା । ପ୍ରାଣଘାତୀ ରୋଗରୁ ବର୍ତ୍ତିବା ପାଇଁ ଦିଲ୍ଲୀ ସ୍ଥିତ ମହର୍ଷି ବାଲ୍ମୀକି ସରକାରୀ ହସ୍ପିଟାଲରେ ବାୟୋମେଟ୍ରିକ ଆଟେଣ୍ଟାସ ବନ୍ଦ । ଅଧିକ ପଢନ୍ତୁ...

By

Published : Feb 18, 2020, 11:08 PM IST

bio metric attendance
ଦିଲ୍ଲୀ ସରକାରୀ ହସ୍ପିଟାଲରେ ବନ୍ଦହେଲା ବାୟୋମେଟ୍ରିକ ଆଟେଣ୍ଡାସ

ନୂଆଦିଲ୍ଲୀ: ବଢୁଛି କୋରୋନା ଭାଇରସରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ସୁଦ୍ଧା ଚୀନରେ ମୃତ୍ୟୁ ସଂଖ୍ୟା 1800 ଛୁଇଁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 71 ହଜାରରେ ପହଞ୍ଚିଛି । ଏହି ପ୍ରାଣଘାତୀ ରୋଗରୁ ବର୍ତ୍ତିବା ପାଇଁ ସମଗ୍ର ବିଶ୍ବରେ ସାବଧାନତା ଅବଲମ୍ବନ କରାଯାଉଛି । ଏୟାରପୋର୍ଟ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି ।

ଏହି ପ୍ରରିପେକ୍ଷୀରେ ରାଜଧାନୀ ଦିଲ୍ଲୀର ଏକ ମହର୍ଷି ବାଲ୍ମୀକି ସରକାରୀ ହସ୍ପିଟାଲରେ ଲାଗିଥିବା ବାୟୋମେଟ୍ରିକ ଆଟେଣ୍ଡାସକୁ ବନ୍ଦ କରିଦିଆଯାଇଛି । ଏହାସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମାନୁଆଲି ଆଟେଣ୍ଡାସ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହସ୍ପିଟାଲରେ ଅନେକ କର୍ମଚାରୀ କୋରୋନା ଭାଇରସ ଭୟ ହେତୁ ବାୟୋମେଟ୍ରିକ ବ୍ୟବାହର ନେଇ ମନୋବୈଜ୍ଞାନିକ ରୂପେ ଚିନ୍ତିତ ଥିବା ଅଭିଯୋଗ କରିଥିଲେ । କାରଣ ଏହି ଭାଇରସ ଜଣେ ଅନ୍ୟଜଣଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ବ୍ୟାପିଥାଏ। ତେବେ ବାୟୋମେଟ୍ରିକ ରେ ଆଟେଣ୍ଟାସ ପାଇଁ ଆଙ୍ଗୁଠି ଲଗାଇବା ଦ୍ବାରା ଯଦି କେହି ବ୍ୟକ୍ତି ଏହି ରୋଗରେ ସଂକ୍ରମିତ ହୋଇଥାଏ ତେବେ ଏହା ଅନ୍ୟ ଲୋକଙ୍କୁ ମଧ୍ୟ ବ୍ୟାପିବ । ତେଣୁ ଏହାକୁ ଆଖିଆଗରେ ରଖି ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ବାୟୋମେଟ୍ରିକକୁ ବନ୍ଦ କରାଯାଇଥିବା ଜଣାପଡିଛି ।

ABOUT THE AUTHOR

...view details