ଓଡିଶା

odisha

ETV Bharat / bharat

ମାଗଣାରେ ଦିଆଯିବ ପ୍ଲାଜମା: କେଜ୍ରିୱାଲ - ମାଗଣରେ ପ୍ଲାଜମା ଯୋଗାଉଛନ୍ତି କେଜ୍ରିୱାଲ ସରକାର

ମାଗଣରେ ପ୍ଲାଜମା ଯୋଗାଉଛନ୍ତି କେଜ୍ରିୱାଲ ସରକାର । ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Delhi govt providing plasma for free
Delhi govt providing plasma for free

By

Published : Jul 24, 2020, 7:44 AM IST

ନୂଆଦିଲ୍ଲୀ: ମାଗଣାରେ ପ୍ଲାଜମା ଯୋଗାଉଛନ୍ତି କେଜ୍ରିୱାଲ ସରକାର । ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ମାଗଣାରେ ପ୍ଲାଜମା ଯୋଗାଇଦିଆଯିବ ଏବଂ ଏହାକୁ ଲୋକେ କିଣିବା କିମ୍ବା ବିକ୍ରି କରିବାର କୌଣସି ଆବଶ୍ୟକତା ନାହିଁ । କେଜ୍ରିୱାଲ ଗୁରୁବାର ଚାନ୍ଦନୀ ଚୌକରେ ଏକ ପୁନଃନିର୍ମାଣ ପ୍ରକଳ୍ପ ଯାଞ୍ଚ କରିଛନ୍ତି । ଏଠାରେ ତାଙ୍କର ଗସ୍ତ ସମୟରେ ପ୍ଲାଜମାର ମାଗଣା ଉପଲବ୍ଧ ସମ୍ପର୍କରେ ଘୋଷଣା କରିଛନ୍ତି ।

କେଜ୍ରିୱାଲ ନିଜ ବକ୍ତବ୍ୟରେ କହିଛନ୍ତି, 'ଆମେ ଲୋକଙ୍କୁ ମାଗଣାରେ ପ୍ଲାଜମା ପ୍ରଦାନ କରିବୁ । ଆଇଏଲବିଏସ୍ ହସ୍ପିଟାଲରେ ଷ୍ଟକ୍ ଭାବରେ ଆମର 500ରୁ ଅଧିକ ପ୍ଲାଜମା ନମୁନା ରଖାଯାଇଛି । ଯଦି ସରକାର ମାଗଣାରେ ପ୍ଲାଜମା ଯୋଗାଉଛନ୍ତି ତେବେ ପ୍ଲାଜମା ବିକ୍ରି ଏବଂ କିଣିବାର ଆବଶ୍ୟକତା କ’ଣ ? ଲୋକେ ବାହାରୁ ପ୍ଲାଜମା କିଣିବାର ଆବଶ୍ୟକ କରିବେ ନାହିଁ କାରଣ ସେଠାରେ ସମସ୍ତ ପ୍ଲାଜ୍ମା ବ୍ଲଡ୍ ଗ୍ରୁପ୍ ଉପଲବ୍ଧ ଅଛି ।'

ବୁଧବାର ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା କହିଛନ୍ତି ଯେ ଯଦି କୌଣସି COVID-19 ରୋଗୀଙ୍କ ପାଇଁ ପ୍ଲାଜମା ଦାନ ପ୍ରକ୍ରିୟା ସମୟରେ ଟଙ୍କା କାରବାର କରାଯାଏ ତେବେ ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିକଟରେ ଦକ୍ଷିଣ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇନ୍ସ (ଆଇଏଲବିଏସ୍)ରେ ଦେଶରେ ଏହାର ପ୍ରଥମ ପ୍ରକାର 'ପ୍ଲାଜମା ବ୍ୟାଙ୍କ' ପ୍ରତିଷ୍ଠା କରାଯାଇଥିଲା।

ABOUT THE AUTHOR

...view details