ଓଡିଶା

odisha

ETV Bharat / bharat

କୋଭିଡ ଟୀକାକରଣ ନେଇ ଦିଲ୍ଲୀ ପ୍ରସ୍ତୁତ, ପ୍ରଥମ ପର୍ଯ୍ୟାୟରେ ଟୀକା ନେବେ 51 ଲକ୍ଷ

ଦିଲ୍ଲୀରେ ସରିଲା ଟୀକାକରଣର ସମସ୍ତ ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ଟୀକା ନେବେ 51 ଲକ୍ଷ । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କୋଭିଡ ଟୀକାକରଣ ନେଇ ଦିଲ୍ଲୀ ପ୍ରସ୍ତୁତ, ପ୍ରଥମ ପର୍ଯ୍ୟାୟରେ ଟୀକା ନେବେ 51 ଲକ୍ଷ
କୋଭିଡ ଟୀକାକରଣ ନେଇ ଦିଲ୍ଲୀ ପ୍ରସ୍ତୁତ, ପ୍ରଥମ ପର୍ଯ୍ୟାୟରେ ଟୀକା ନେବେ 51 ଲକ୍ଷ

By

Published : Dec 24, 2020, 3:50 PM IST

ନୂଆଦିଲ୍ଲୀ: ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସେକ୍ରେଟାରୀଙ୍କ ସହ ଟୀକାକରଣ ପ୍ରସ୍ତୁତିକୁ ନେଇ ଏକ ବୈଠକ କରିଥିଲେ । ଏହାପରେ ସେ କହିଛନ୍ତି ଯେ ଦିଲ୍ଲୀ ସରକାର ଟୀକାକରଣ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ କରିସାରିଛି । ଏବେ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ଦିଲ୍ଲୀ ।

ତେବେ ପ୍ରଥମ ପର୍ଯ୍ୟାୟରେ 51 ଲକ୍ଷ ଲୋକଙ୍କୁ ଟୀକା ଦିଆଯିବ । ଯାହା ମଧ୍ୟରେ ଅଛନ୍ତି ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀ । ତେବେ ଏମାନଙ୍କୁ ଚିହ୍ନଟ କରିବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସେ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ପାଇଁ 1.02 କୋଟି ଟିକା ଆବଶ୍ୟକ ହେବ । ପ୍ରତ୍ୟେକ ବ୍ୟକ୍ତି ଦୁଇଟି ଡୋଜ ପାଇବେ । ବର୍ତ୍ତମାନ ଆମର 74 ଲକ୍ଷ ଡୋଜ ସଂରକ୍ଷଣ କରିବାର କ୍ଷମତା ଅଛି ଯାହା ଏକ ସପ୍ତାହ ମଧ୍ୟରେ 1.15 କୋଟିକୁ ବୃଦ୍ଧି ପାଇବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେପଟେ କୋରୋନା ଟୀକାକରଣ ନେଇ ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ ଜରୁରୀକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି ।

ABOUT THE AUTHOR

...view details