ଓଡିଶା

odisha

ETV Bharat / bharat

ନିର୍ମାଣ ଶ୍ରମିକଙ୍କୁ ଚଳିତ ମାସ ମଧ୍ୟ ଆର୍ଥିକ ସହାୟତା ଦେବେ ଦିଲ୍ଲୀ ସରକାର - aravinda kejriwal

କନଷ୍ଟ୍ରକସନ କାମ କରୁଥିବା ଶ୍ରମିକ ମାନଙ୍କ ଆକାଉଣ୍ଟରେ ପୂର୍ବ ମାସ ପରି ଚଳିତମାସ ମଧ୍ୟ 5 ହଜାର ଟଙ୍କା ଦେବେ ଦିଲ୍ଲୀ ସରକାର । ଆସନ୍ତା 15ରେ ଆରମ୍ଭ ହେବ ରେଜିଷ୍ଟ୍ରେସନ ପ୍ରକ୍ରିୟା । ଅଧିକ ପଢନ୍ତୁ...

ନିର୍ମାଣ ଶ୍ରମିକଙ୍କୁ ଚଳିତ ମାସ ମଧ୍ୟ ଆର୍ଥିକ ସହାୟତା ଦେବେ ଦିଲ୍ଲୀ ସରକାର
ନିର୍ମାଣ ଶ୍ରମିକଙ୍କୁ ଚଳିତ ମାସ ମଧ୍ୟ ଆର୍ଥିକ ସହାୟତା ଦେବେ ଦିଲ୍ଲୀ ସରକାର

By

Published : May 12, 2020, 11:53 AM IST

ନୂଆଦିଲ୍ଲୀ: ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା କରିବାକୁ ଦିଲ୍ଲୀ ସରକାର ପୁଣି ଥରେ ନିଷ୍ପତ୍ତି ନେଇଛନ୍ତି । କେଜ୍ରିୱାଲ ସରକାର ଗତ ମାସରେ ପ୍ରାୟ 40 ହଜାର ଶ୍ରମିକଙ୍କ ଆକାଉଣ୍ଟରେ 5 ହଜାର ଟଙ୍କା ରଖିଥିବାବେଳେ ଏହି ମାସରେ ମଧ୍ୟ ସରକାର ଶ୍ରମିକଙ୍କ ଆକାଉଣ୍ଟରେ 5000 ଟଙ୍କା ରଖିବେ । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଚଳିତ ମାସରେ ପୁଣି ଥରେ ଦିଲ୍ଲୀ ନିର୍ମାଣ ଶ୍ରମିକମାନଙ୍କୁ 5 ହଜାର ଟଙ୍କା ସହାୟତା ଦେବ।

ନିର୍ମାଣ ଶ୍ରମିକଙ୍କୁ ଚଳିତ ମାସ ମଧ୍ୟ ଆର୍ଥିକ ସହାୟତା ଦେବେ ଦିଲ୍ଲୀ ସରକାର

ପ୍ରକାଶ ଥାଉକି, ଦିଲ୍ଲୀ ସରକାର କେବଳ ସେହି ଶ୍ରମିକମାନଙ୍କ ଆକାଉଣ୍ଟରେ ଟଙ୍କା ରଖିଛନ୍ତି, ଯେଉଁମାନେ ସେମାନଙ୍କର ପଞ୍ଜୀକରଣ କନଷ୍ଟ୍ରକ୍ସନ ଓ୍ବାର୍କସ ଓ୍ବେଲଫେୟାର ବୋର୍ଡରେ କରିଛନ୍ତି । ଏହି ମାସରେ ସରକାର ପଞ୍ଜୀକରଣ ପାଇଁ ଅନଲାଇନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ, ଯେଉଁ ଶ୍ରମିକମାନେ କନଷ୍ଟ୍ରକ୍ସନ ଓ୍ବାର୍କସ ଓ୍ବେଲଫେୟାର ବୋର୍ଡରେ ରେଜିଷ୍ଟ୍ରେସନ କରିନାହାନ୍ତି ସେମାନେ ସରକାରୀ ଯୋଜନାର ଲାଭ ପାଇବେ ନାହିଁ।

ରାଜ୍ୟ ଶ୍ରମ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ମେ 15ରୁ ଆମେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ କରୁଛୁ । ଯେଉଁଥିରେ ଶ୍ରମିକମାନେ ସେମାନଙ୍କର ପଞ୍ଜୀକରଣ କରିପାରିବେ କିମ୍ବା ସେମାନଙ୍କର ପଞ୍ଜୀକରଣ ରିନ୍ୟୁ କରିପାରିବେ । ଏହି ପଞ୍ଜୀକରଣ ପ୍ରକ୍ରିୟା 25 ମେ ପର୍ଯ୍ୟନ୍ତ ଚାଲିବ ଏବଂ 25 ମେ ପରେ ସେମାନଙ୍କର ଯାଞ୍ଚ କାର୍ଯ୍ୟ ଆରମ୍ଭ ହେବ ।

ରାୟ କହିଛନ୍ତି ଯେ ଏଥର ସରକାର ପଞ୍ଜୀକରଣ ପ୍ରକ୍ରିୟାରେ ପରିବର୍ତ୍ତନ କରିଛନ୍ତି। ଏଥର ୱେବସାଇଟର ଲିଙ୍କ୍ ସମସ୍ତଙ୍କ ସହ ସେୟାର କରାଯିବ । ଏହି ୱେବସାଇଟରେ, ଶ୍ରମିକମାନେ ସେମାନଙ୍କର ଡକ୍ୟୁମେଣ୍ଟର ଫଟୋଗ୍ରାଫି ଅପଲୋଡ୍ କରିବାକୁ ସମର୍ଥ ହେବେ । ଶ୍ରମିକମାନଙ୍କୁ 25 ମେ ପରେ ଶ୍ରମ ବିଭାଗ ଡକାଇବ। ପ୍ରତିଦିନ 50 ଜଣ ଆବେଦନକାରୀଙ୍କୁ ଡକାଯିବ। ସରକାର ଶୀଘ୍ର ଏହି ୱେବସାଇଟର ଲିଙ୍କ ସେୟାର କରିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details