ଓଡିଶା

odisha

ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କୁ ଦେଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର କଲେ କେଜ୍ରିୱାଲ - ସ୍ବାସ୍ଥ୍ୟକର୍ମୀ

ସମଗ୍ର ଦେଶ ବର୍ତ୍ତମାନ କୋରୋନା ସହ ଲଢେଇ ଜାରି ରଖିଛନ୍ତି । ଏହା ମଧ୍ୟରେ ଦିଲ୍ଲୀରେ ଏକ ମାମଲା ସାମ୍ନାକୁ ଆସିଛି। କେଜ୍ରିୱାଲ ସରକାର ବହୁ ଆଲୋଚନା ପରେ ଏକ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି।

_corona
ସ୍ବାସ୍ଥ୍ୟକର୍ମୀଙ୍କୁ ଦେଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କଲେ କେଜ୍ରିୱାଲ

By

Published : May 2, 2020, 9:59 AM IST

ନୂଆଦିଲ୍ଲୀ: ସମଗ୍ର ଦେଶ ବର୍ତ୍ତମାନ କୋରୋନା ସହ ଲଢେଇ ଜାରି ରଖିଛନ୍ତି । ଏହା ମଧ୍ୟରେ ଦିଲ୍ଲୀରେ ଏକ ମାମଲା ସାମ୍ନାକୁ ଆସିଛି। କେଜ୍ରିୱାଲ ସରକାର ବହୁ ଆଲୋଚନା ପରେ ଏକ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି।

ସୂଚନା ଅନୁଯାୟୀ, ଏହି ନିର୍ଦ୍ଦେଶଟି ଦିଲ୍ଲୀର ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ସହ ଜଡିତ ଥିଲା। ଦିଲ୍ଲୀ ସରକାର ଏହା ପୂର୍ବରୁ ଏକ ନିର୍ଦ୍ଦେଶ ଜାରି କରିଥିଲେ । ଯେଉଁଥିରେ ସେ ସମସ୍ତ ମେଡିକାଲର ନିର୍ଦ୍ଦେଶକଙ୍କୁ କୋରୋନା ସଂକ୍ରମିତ କର୍ମଚାରୀଙ୍କୁ ଲିଖିତ ଆକାରରେ ପଚାରିଥିଲେ ଯେ ପ୍ରତିରକ୍ଷା ଗିୟର ପିନ୍ଧିବା, ସାମାଜିତ ଦୂରତା ବଜାୟ ରଖିବା ଏବଂ ନିର୍ଦ୍ଦିଷ୍ଟ ସତର୍କତା ଅବଲମ୍ବନ କରିବା ସତ୍ତ୍ବେ ସେମାନେ କିପରି କୋରୋନା ସଂକ୍ରମିତ ହୋଇଥିଲେ ?

ପ୍ରକୃତରେ ଦିଲ୍ଲୀ ସରକାର ଏନେଇ କ୍ରୋଧିତ ହୋଇଥିଲେ ଯେ, ଅଣ-କୋରୋନା ଡାକ୍ତରଖାନାର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀମାନେ କୋରୋନା ସଂକ୍ରମିତ ହେଉଛନ୍ତି ନଚେତ୍ ସେମାନେ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସି ସେମାନଙ୍କୁ କ୍ବାରେଣ୍ଟିନକୁ ପଠାଯାଉଛି । ଯାହାଫଳରେ ମେଡିକାଲ ମାନଙ୍କରେ କର୍ମଚାରୀଙ୍କ ଅଭାବ ଦେଖାଦେଇଛି । ସରକାର କହିଥିଲେ ଯେ, ଡାକ୍ତରଖାନାରେ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (SOP)ପାଳନ କରାଯାଉ ନାହିଁ ନଚେତ୍ ସ୍ବାସ୍ଥ୍ୟକର୍ମୀମାନେ ସେମାନଙ୍କୁ ଦିଆଯାଇଥିବା ଗାଇଡଲାଇନ ପାଳନ କରୁନାହାନ୍ତି ।

ପ୍ରକାଶ ଥାଉକି, ଦିଲ୍ଲୀର ସରକାରୀ ଏବଂ ବେସରକାରୀ ସଂସ୍ଥାର ମୋଟ 200ରୁ ଅଧିକ ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ABOUT THE AUTHOR

...view details