ନୂଆଦିଲ୍ଲୀ: କୋରୋନାର ନୂଆ ସଂକ୍ରମଣ ଚିହ୍ନଟ ହେବା ଚିନ୍ତାର କାରଣ ହୋଇଛି । ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ଅନେକ ସତର୍କତା ଅବଲମ୍ବନ କରାଯାଇଛି । ବ୍ରିଟେନରୁ ଆସୁଥିବା ବିମାନଗୁଡିକୁ ବନ୍ଦ ରଖାଯାଇଛି । ପୁଣି ବିମାନ ସେବା ଆରମ୍ଭ ଉପରେ ଦିଲ୍ଲୀ ସରକାର ଆପତ୍ତି କରିଛନ୍ତି ।
ଦୁଇ ଦେଶ ମଧ୍ୟରେ ବିମାନ ସେବା ପୁନଃ ସ୍ଥାପିତ ହେବା ପରେ ଯାତ୍ରୀମାନଙ୍କ ପାଇଁ ସରକାର କେତେକ ନିୟମ ଲାଗୁ କରିଛନ୍ତି । ବ୍ରିଟେନରୁ ଦିଲ୍ଲୀକୁ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କର କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ ଆସିଲେ ସାତଦିନ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମେ 14 ଜାନୁୟାରୀ ପର୍ଯ୍ୟନ୍ତ ଏକ ପରୀକ୍ଷା ଭାବରେ ଚାଲିଥିଲାବେଳେ ଏହି ନିୟମକୁ 31 ଜାନୁୟାରୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇଛି । ଏହି ମାମଲାରେ ଦିଲ୍ଲୀ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ମାନିବେ ।