ଓଡିଶା

odisha

ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ବିଦ୍ୟୁତ ବିଭାଗକୁ ଦାୟୀ କଲେ ବିହାର ମନ୍ତ୍ରୀ - ବିଦ୍ୟୁତ ବିଭାଗକୁ ଦାୟୀ କଲେ ବିହାର ଜଳସମ୍ପଦ ବିଭାଗ ମନ୍ତ୍ରୀ

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ବିହାର ଜଳସମ୍ପଦ ବିଭାଗ ମନ୍ତ୍ରୀ ସଞ୍ଜୟ ଝା ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି।

newdelhi
ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Dec 8, 2019, 3:42 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣାରେ ବିହାର ଜଳସମ୍ପଦ ବିଭାଗ ମନ୍ତ୍ରୀ ସଞ୍ଜୟ ଝା ଏଲଏନଜେପି ଡାକ୍ତରଖାନାରେ ପୀଡିତଙ୍କୁ ଭେଟିଛନ୍ତି। ଏହି ଅଗ୍ନିକାଣ୍ଡ ଘଟଣାରେ ସେ ଦିଲ୍ଲୀର ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି। ବିଦ୍ୟୁତ ବିଭାଗର ଅପାରଗତା ପାଇଁ ଏଭଳି ବଡ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ମନ୍ତ୍ରୀ ସଞ୍ଜୟ ଝା ଏ ଘଟଣାରେ 3 ଜଣ ଆହତଙ୍କୁ ଭେଟିଥିବା କହିଛନ୍ତି। ସେହିପରି ଅନେକ ମୃତକ ବିହାରରୁ ଅଛନ୍ତି। ସେମାନଙ୍କୁ ଚିହ୍ନଟ କରିବାରେ ଅସୁବିଧା ହେଉଥିବା ମନ୍ତ୍ରୀ ଜଣାଇଛନ୍ତି। ମୃତକଙ୍କୁ ଚିହ୍ନଟ କରିଯିବା ପରେ ତାଙ୍କର ପରିବାରବର୍ଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ 1 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ।

ABOUT THE AUTHOR

...view details