ନୂଆଦିଲ୍ଲୀ: ହିନ୍ଦୁରାଓ ହସ୍ପିଟାଲରୁ ସମସ୍ତ କୋରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ସେଠାରେ ଭର୍ତ୍ତି ହୋଇଥିବା ସଂକ୍ରମିତଙ୍କୁ ସରକାରୀ କୋଭିଡ ସେଣ୍ଟରରେ ଭର୍ତ୍ତି କରାଯିବ। ଗତ କିଛିଦିନ ହେଲା ହିନ୍ଦୁରାଓ ହସ୍ପିଟାଲର ଡାକ୍ତରମାନେ 3 ମାସର ଦରମା ମିଳିନଥିବା ଅଭିଯୋଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟରେ ବସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶନିବାର ସମସ୍ତ କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର।
ବର୍ତ୍ତମାନ ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ ମୋଟ 20 ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି। ଏନେଇ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦର ଜୈନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, "ହିନ୍ଦୁରାଓ ହସ୍ପିଟାଲରେ ଥିବା ସମସ୍ତ କରୋନା ଆକ୍ରାନ୍ତଙ୍କୁ ଆମେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ। ସେଠାରେ ଥିବା କୋରୋନା ଆକ୍ରାନ୍ତଙ୍କୁ ସରକାରୀ କୋଭିଡ ସେଣ୍ଟର କିମ୍ବା ଏଲ୍ଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯିବ।"