ଓଡିଶା

odisha

ETV Bharat / bharat

ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲେ ଦିଲ୍ଲୀ ସରକାର - Delhi government

ସୋମବାର ଠାରୁ ଆରମ୍ଭ ହୋଇଛି ଘରୋଇ ବିମାନ ସେବା । ଏନେଇ ଯାତ୍ରୀଙ୍କ ପାଇଁ ଗାଇଡ ଲାଇନ ଜାରି । କୌଣସି ଲକ୍ଷଣ ନଥିବା ଯାତ୍ରୀମାନଙ୍କୁ ଆଗାମୀ 14 ଦିନ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ । ଅଧିକ ପଢନ୍ତୁ...

ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲେ ଦିଲ୍ଲୀ ସରକାର
ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲେ ଦିଲ୍ଲୀ ସରକାର

By

Published : May 25, 2020, 11:33 AM IST

ନୂଆଦିଲ୍ଲୀ: ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ଦିଲ୍ଲୀ ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି। ଏହା ଅଧୀନରେ ବିମାନ ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ହେବ ନାହିଁ । କୌଣସି ଲକ୍ଷଣ ନଥିବା ଯାତ୍ରୀମାନଙ୍କୁ ଆଗାମୀ 14 ଦିନ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଯଦି ସେମାନଙ୍କ ମଧ୍ୟରେ କୌଣସି ଲକ୍ଷଣ ଥାଏ, ସେମାନେ ତୁରନ୍ତ ଜିଲ୍ଲା ତଦାରଖ ଅଧିକାରୀଙ୍କୁ ଜଣାଇବେ ।

ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯେଉଁ ଯାତ୍ରୀମାନଙ୍କଠାରେ କୋରୋନା ଲକ୍ଷଣ ମିଳିବ ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯିବ ଏବଂ ସେମାନଙ୍କର ବର୍ତ୍ତମାନ ଅବସ୍ଥା କ’ଣ ରହିଛି ତାହା ଦେଖାଯିବ। ଯେଉଁ ଯାତ୍ରୀମାନଙ୍କ ମଧ୍ୟମ କିମ୍ବା ଗୁରୁତର ଲକ୍ଷଣ ରହିଛି, ସେମାନଙ୍କୁ କୋରୋନା ଡାକ୍ତରଖାନାରେ ଭର୍ତ୍ତି କରାଯିବ । ଯେଉଁ ଯାତ୍ରୀମାନଙ୍କ ନିକଟରେ କୋରୋନାର ସାମାନ୍ୟ ଲକ୍ଷଣ ଥିବ ସେମାନଙ୍କୁ ଘରେ କ୍ବାରେଣ୍ଟାଇନରେ କିମ୍ବା ଆନୁଷ୍ଠାନିକ କ୍ବାରେଣ୍ଟାଇନରେ ରଖାଯିବ । ଯଦି ଏହିପରି ଯାତ୍ରୀମାନଙ୍କ ରିପୋର୍ଟ ପଜିଟଭ ଥିବା ଜଣାପଡେ, ତେବେ ସେମାନଙ୍କୁ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯିବ ।

ଯଦି ଯାତ୍ରୀମାନଙ୍କ ରିପୋର୍ଟ ନେଗେଟିଭ ଆସେ, ତେବେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବ । କିନ୍ତୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ସେ ଘରେ ଅଲଗା ରହିବେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ । ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ ସେମାନେ ଜିଲ୍ଲା ତଦାରଖ ଅଧିକାରୀଙ୍କୁ ଜଣାଇବେ ।

For All Latest Updates

ABOUT THE AUTHOR

...view details