ଓଡିଶା

odisha

ETV Bharat / bharat

ଦିଲ୍ଲୀରେ କୋରୋନା ମୃତ୍ୟୁ ସଂଖ୍ୟା ହ୍ରାସ ନେଇ ଆଡଭାଇଜରୀ ଜାରି - undefined

ଦେଶରେ ଏବେ ଦୃତ ଗତିରେ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାଦ୍ବାରା ସଂକ୍ରମଣ ମାମଲାରେ 3 ନମ୍ବରରେ ରହିଛି ଦିଲ୍ଲୀ । ଏଠାରେ ମୋଟ 1 ଲକ୍ଷ 16 ହଜାର 993ଟି ପଜିଟିଭ ମାମଲା ରହିଛି । ଏଥିରେ 3 ହଜାର 487 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ କୋରୋନା ମୃତ୍ୟୁ ସଂଖ୍ୟା ହ୍ରାସ ନେଇ ଆଡଭାଇଜରୀ ଜାରି
ଦିଲ୍ଲୀରେ କୋରୋନା ମୃତ୍ୟୁ ସଂଖ୍ୟା ହ୍ରାସ ନେଇ ଆଡଭାଇଜରୀ ଜାରି

By

Published : Jul 16, 2020, 1:40 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଡାକ୍ତରଖାନାଗୁଡ଼ିକରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟାରେ ହ୍ରାସ କରିବାକୁ ଦିଲ୍ଲୀ ସରକାର ଆଡଭାଇଜରି ଜାରି କରିଛନ୍ତି। ଏହି ଆଡଭାଇଜରୀରେ ଡାକ୍ତରଖାନାଗୁଡ଼ିକୁ ଏପରି ସ୍ଥିତିର ମୁକାବିଲା ପାଇଁ ଆଡମିଶନ ମ୍ୟାନେଜମେଣ୍ଟ, କ୍ଲିନିକାଲ ମ୍ୟାନେଜମେଣ୍ଟ, କ୍ରିଟିକାଲ କେୟାର ଏବଂ ହସ୍ପିଟାଲ ମ୍ୟାନେଜମେଣ୍ଟ ଅଧୀନରେ ପଦକ୍ଷେପ ନେବାକୁ କୁହାଯାଇଛି।

ଡାକ୍ତରଖାନାରେ ଭର୍ତ୍ତି ହେବାବେଳେ ଅଧିକ ବିପଦ ଥିବା ଲୋକ ଯଥା, ବୃଦ୍ଧ, ଗର୍ଭବତୀ, ଶିଶୁ, ପୁରୁଣା ଗୁରୁତର ରୋଗ, କର୍କଟ ରୋଗୀ ଏବଂ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବା ଉଚିତ। ହସ୍ପିଟାଲରେ ଡେଡିକେଟେଡ ଓ୍ବେଲ ଟ୍ରେଣ୍ଡ ଟିମ 24 ଘଣ୍ଟା ଉପଲବ୍ଧ ରହିବା ଉଚିତ । ଯାହା ରୋଗୀଙ୍କୁ ବିନା ବିଳମ୍ବରେ ସଠିକ ଚିକିତ୍ସା ଜୋନରେ ପହଞ୍ଚାଇବେ ।

କ୍ଲିନିକାଲ ମ୍ୟାନେଜମେଣ୍ଟ

ରୋଗୀମାନଙ୍କର ଅକ୍ସିଜେନ ସୈଚୁରେସନ ସ୍ତରର ପ୍ରକୃତ ସମୟ ମନିଟରିଂ ସୁନିଶ୍ଚିତ କରାଯିବା ଉଚିତ । ୱାର୍ଡରେ ୟର୍ଲି ଓ୍ବାର୍ଣ୍ଣିଂ ସ୍କୋର କାର୍ଡ ମଧ୍ୟ ଦିଆଯାଇପାରେ, ଯାହାଦ୍ୱାରା ସତର୍କତା ଅବଲମ୍ବନ କରାଯାଇପାରିବ । ଅମ୍ଳଜାନ ସୈଚୁରେଚନ ସ୍ତର ହ୍ରାସ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟ ସୁନିଶ୍ଚିତ କରାଯିବା ଉଚିତ ।

କୋଭିଡ କେୟାର ସହିତ ଜଡିତ ଡାକ୍ତରଖାନାର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଓରିଏଣ୍ଟେସନ ଟ୍ରେନିଂ ଦିଆଯିବା ଉଚିତ ।

ଅତ୍ୟଧିକ ଗମ୍ଭୀର ରୋଗୀ ପ୍ରତି ପର୍ଯ୍ୟାପ୍ତ ଧ୍ୟାନ ଦେବା ଉଚିତ ।

ବିଶେଷଜ୍ଞ ଏବଂ ସିନିୟର ରେସିଡେଣ୍ଟ ନିୟମିତ ବ୍ୟବଧାନରେ କୋରୋନା ରୋଗୀଙ୍କ କ୍ଲିନିକାଲ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ଉଚିତ ।

ଆବଶ୍ୟକ ହେଲେ ଏମ୍ସର ବିଶେଷଜ୍ଞ ମାନଙ୍କ ସହିତ ଟେଲି ପରାମର୍ଶ କରାଯାଇପାରିବ ।

କ୍ରିଟିକାଲ କେୟାର

ଜଣେ ହେଲଥ ଓ୍ବାର୍କରଙ୍କୁ ପ୍ରତ୍ୟେକ ଗୁରୁତର ରୋଗୀଙ୍କ ସହିତ 24 ଘଣ୍ଟା ନିୟୋଜିତ କରାଯାଇପାରେ, ଯାହା ଦ୍ବାରା ସେମାନଙ୍କ ଉପରେ ଦୃଢ ନଜର ରଖାଯାଇ ପାରିବ।

କ୍ରିଟିକାଲ କେୟାର ପାଇଁ ଡାକ୍ତର, ନର୍ସିଂ ଅଫିସର ଏବଂ ଟେକ୍ନିସିଆନମାନଙ୍କୁ ବ୍ୟକ୍ତିଗତ ତାଲିମ ଦିଆଯିବା ଉଚିତ ।

ଗୋଟିଏ କମାଣ୍ଡ ଏବଂ କଣ୍ଟ୍ରୋଲ ଢାଞ୍ଚା ସୃଷ୍ଟି କରାଯାଇପାରିବ, ଯାହା ଦ୍ବାରା ବିଭିନ୍ନ ବିଭାଗରେ ସମନ୍ୱୟ ରହିପାରିବ ।

For All Latest Updates

ABOUT THE AUTHOR

...view details