ନୂଆଦିଲ୍ଲୀ: କୋରୋନା ରୋଗୀଙ୍କ ଟେଷ୍ଟ ପାଇଁ ନୂଆ ଗାଇଡଲାଇନ ଜାରି କଲେ ଦିଲ୍ଲୀ ସରକାର । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କୋରୋନା ରୋଗୀଙ୍କ ଟେଷ୍ଟ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ।
ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଗତ ଜୁନ ୨ରେ ଜାରି ହୋଇଥିବା ଆଦେଶ ଅନୁଯାୟୀ, କୋରୋନା ପରୀକ୍ଷା ପାଇଁ ସଂଶୋଧିତ ନୀତି ଏପରି ରୋଗୀଙ୍କ ପାଇଁ ଅଟେ ଯେଉଁମାନଙ୍କଠାରେ କୋରୋନା ଲକ୍ଷଣ ପରିଲକ୍ଷିତ ହେଉଛି ।
ଗତ କିଛି ଦିନ ହେବ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇଛି । ସେହିପରି ଦିଲ୍ଲୀରେ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କୋରୋନା ଟେଷ୍ଟ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ।
ନୂଆ ଗାଇଡଲାଇନରେ କୁହାଯାଇଛି ଯେ, ବର୍ତ୍ତମାନ କେବଳ ସେହି ଲୋକମାନଙ୍କ କୋରୋନା ପରୀକ୍ଷା କରାଯିବ ଯେଉଁମାନେ ଗତ 14 ଦିନ ମଧ୍ୟରେ ବିଦେଶରୁ ଫେରିଛନ୍ତି ଏବଂ ସେମାନଙ୍କ ଠାରେ କୋରୋନା ଲକ୍ଷଣ ରହିଛି । ଏଥିସହ ଲ୍ୟାବ ଟେଷ୍ଟିଂ ସମୟରେ ଯାଉଁମାନଙ୍କ ଠାରେ କୋରୋନା ଲକ୍ଷଣ ଥିବ । ସେମାନଙ୍କର ମଧ୍ୟ ପରୀକ୍ଷା କରାଯିବ । ଏଥିସହ ସ୍ୱାସ୍ଥ୍ୟ କର୍ମଚାରୀଙ୍କର ମଧ୍ୟ କୋରୋନା ପରୀକ୍ଷା କରାଯିବାକୁ ଏହି ଗାଇଡଲାଇନରେ କୁହାଯାଇଛି । ଏହି ନୂଆ ଗାଇଡଲାଇନରେ ଶ୍ବାସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ରୋଗୀଙ୍କ କୋରୋନା ପରୀକ୍ଷା କରାଯିବ ।
ପ୍ରକାଶ ଥାଉକି, ଦିଲ୍ଲୀରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 25004ରେ ପହଞ୍ଚିଥିବା ବେଳେ 650 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।