ନୂଆଦିଲ୍ଲୀ: ପ୍ରେମ ଏପରି ଏକ ସମ୍ପର୍କ ତିଷ୍ଠିଲେ ସ୍ବର୍ଗସୁଖ, ନ ତିଷ୍ଠିଲେ ନର୍କଭୋଗ । ଏଭଳି ଉକ୍ତି ଯିଏ କହିଯାଛନ୍ତି ତାହା ସମ୍ପୂର୍ଣ୍ଣ ସତ । ଏହି ପ୍ରେମ ପାଇଁ ବହୁତ ଜଣ ନିଜ ଜୀବନ ଦେଇଛନ୍ତି । ପ୍ରେମିକ-ପ୍ରେମିକା ଗଣ୍ଡଗୋଳର କୁପରିଣତି । କ୍ରୋଧରେ ଆତ୍ମହତ୍ୟା କଲା ପ୍ରେମିକା । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ପାହାଡଗଞ୍ଜ ହୋଟେଲରେ ।
ଦିଲ୍ଲୀ ପାହାଡ଼ଗଞ୍ଜ ହୋଟେଲରେ ଯୁବତୀଙ୍କ ଆତ୍ମହତ୍ୟା
ଦିଲ୍ଲୀର ପାହାଡଗଞ୍ଜ ହୋଟେଲରେ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ କଳହ । ସାମାନ୍ୟ ବଚସାରୁ ପ୍ରେମିକା କଲେ ଆତ୍ମହତ୍ୟା ।
ସୂଚନା ଅନୁସାରେ, ଉକ୍ତ ଯୁବତୀ ଜଣକ ହୋଟେଲରେ ଥିବା ସିଲିଙ୍ଗ ଫ୍ୟାନରେ ନିଜ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି । ପୋଲିସ ସୂଚନା ମୁତାବକ ଉଭୟ ଦିଲ୍ଲୀର ତୀଲକ ନଗର ବାସିନ୍ଦା । ମୃତ ଯୁବତୀ ଜଣକ ହେଲେ ରୋଜି (22) । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାଗଲା ଯେ ସେହି ହୋଟେଲରେ ଉଭୟ ରହୁଥିଲେ ।
ସେମାନଙ୍କ ମଧ୍ୟରେ କୌଣସି ଏକ କାରଣରୁ ବଚସା ସୃଷ୍ଟି ହୋଇଥିଲା । ଫଳରେ ସେହି ଯୁବକ ଜଣକ ରୁମ ଛାଡି ପଳାଇଥିଲେ । ପରେ ପରେ ଯୁବତୀ ଜଣକ କ୍ରୋଧରେ ଆସି ନିଜ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣା ସମ୍ପର୍କରେ ହୋଟେଲ ଷ୍ଟାଫ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ପୋଲିସ ଯୁବତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇ ଯୁବତୀଙ୍କ ପୁଅ ବନ୍ଧୁକୁ ଗିରଫ କରିଛି ।