ନୂଆଦିଲ୍ଲୀ:ପୁଣି ବିଗୁଡିଛି ଦିଲ୍ଲୀ ବାୟୁ ଗୁଣବତ୍ତା । ଲଗାତାର ଦୁଇଦିନ ହେବ ଦିଲ୍ଲୀରେ ପ୍ରଭାବିତ ହୋଇଛି ପ୍ରଦୂଷିତ ବାୟୁ । ପ୍ରଦୂଷିତ ବାୟୁ ପାଇଁ ଦିଲ୍ଲୀରେ ଚାରିଆଡ ଧୂଆଁମୟ ହୋଇଛି । ଅନୁକୂଳ ପାଣିପାଗ କାରଣରୁ ପ୍ରଦୂଷଣସ୍ତର ଅଧିକ ରହିଥିଲା କହିଛି ଭାରତୀୟ ପାଣିପାଗ ବିଭାଗ ।
ଆଇଏମଡି ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ସଫରଜଙ୍ଗରେ ଅତ୍ୟଧିକ ମାତ୍ରାରେ କୁହୁଡି ଦେଖାଯାଇଥିଲା । ପ୍ରାୟ ତିନିଶହ ମିଟର ଯାଏଁ କିଛି ଦୃ୍ଶ୍ୟମାନ ହୋଇନଥିଲା । ମଙ୍ଗଳବାର ଅପେକ୍ଷା ଦିଲ୍ଲୀ ବାୟୁ ଗୁଣବତ୍ତା ବୁଧବାର ଅତି ଗୁରୁତର ରହିଛି । ତେବେ ବିବେକ ବିହାର, ଆନନ୍ଦ ବିହାର, ନରେଲା, ଜାହାଙ୍ଗୀରପୁରୀ, ନେହେରୁ ନାଗର, ପଞ୍ଜାବୀ ବାଗ ଭଳି ଅନେକ ମନିଟରିଂ ଷ୍ଟେସନରେ ବାୟୁ ଗୁଣବତ୍ତା ଗୁରୁତର ସୀମା ମଧ୍ୟରେ ଥିଲା । ଏକ୍ୟୁଆଇ ମାନରେ 400ରୁ ଅଧିକ ରହିଥିବା ଆକଳନ କରାଯାଇଛି ।