ଓଡିଶା

odisha

ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ: ଅନେକ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି କନଷ୍ଟେବଳ ନରେଶ - କନଷ୍ଟେବଲ ନରେଶ

ରବିବାର ଦିଲ୍ଲୀର ଫିଲ୍ମିସ୍ତାନ ଷ୍ଟୁଡ଼ିଓ ନିକଟରେ ଥିବା ଏକ କୋଠାରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 43ରେ ସୀମିତ ରହିଛି । ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନରେ ଏହି ମୃତ୍ୟୁ ସଂଖ୍ୟା ଏତିକି ସୀମିତ ରହିଛି ବୋଲି କାର୍ଯ୍ୟରତ କନେଷ୍ଟବଳ ନରେଶ କୁମାର କହିଛନ୍ତି ।

ଦିଲ୍ଲୀ ଅଗ୍ନିକାଣ଼୍
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Dec 9, 2019, 2:56 PM IST

ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ଫିଲ୍ମିସ୍ତାନ ଷ୍ଟୁଡ଼ିଓ ନିକଟରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 43କୁ ବୃଦ୍ଧି ପାଇଛି । ଦିଲ୍ଲୀର ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ ଏହି ମୃତ୍ୟୁ ସଂଖ୍ୟା 43ରେ ସୀମିତ ରହିଛି ।

ଏନେଇ ଦିଲ୍ଲୀ ପୋଲିସର କନଷ୍ଟେବଲ ନରେଶ କୁମାର କୁହନ୍ତି କି, ରବିବାର ସଖାଳେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସର ଏକ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ସମଗ୍ର କୋଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ହୁତୁହୁତୁ ହୋଇ ଜଳୁଥିବା ଉକ୍ତ କୋଠା ମଧ୍ୟକୁ ଯିବାକୁ କୌଣସି ପ୍ରକାର ରାସ୍ତା ନଥିଲା ବୋଲି ସେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ କି, ପରେ କୋଠାର ପଛ ପାର୍ଶ୍ବରେ ଥିବା ଏକ ଗଳି ରାସ୍ତା ଦେଇ ସିଡ଼ି ମାଧ୍ୟମରେ କୋଠା ମଧ୍ୟକୁ ପ୍ରବେଶ କରିବାକୁ ଆମେମାନେ ଉଦ୍ୟମ କରିଥିଲୁ । ସିଡ଼ି ମାଧ୍ୟମରେ ଉପରକୁ ଯିବା ପରେ ସେଠାରେ ଥିବା ଲୋକମାନଙ୍କୁ ଉଦ୍ଧାର ଆରମ୍ଭ କରିଦେଇଥିଲୁ । ତେବେ ଆମେ ପହଞ୍ଚିବାର କିଛି ସମୟ ପରେ ସେଠାରେ ଦମକଳ ବାହିନୀ ପହଞ୍ଚିଥିଲା । ପରେ ଉଭୟ ଦିଲ୍ଲୀ ପୋଲିସ ଏବଂ ଦମକଳ ବାହିନୀ ମିଳିତ ପ୍ରୟାସରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ବୋଲି ସେ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ଉକ୍ତ କୋଠା ମଧ୍ୟକୁ ଯିବା ସହଜ ରାସ୍ତା ଥିଲେ ଆହୁରି ଅନେକ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଥାନ୍ତା ବୋଲି ସେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details