ଓଡିଶା

odisha

ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ଦମକଳ କର୍ମଚାରୀ ବଞ୍ଚାଇଲେ 11 ଜୀବନ - ଦିଲ୍ଲୀ ଅଗ୍ନିକାଣ୍ଡ

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ଏକାକୀ 11 ଜୀବନ ବଞ୍ଚାଇ ଅସଲି ହିରୋ ସାଜିଲେ ଦମକଳ ବାହିନୀ କର୍ମୀଚାରୀ ରାଜେଶ ଶୁକ୍ଲା। ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ 43 ଜଣଙ୍କ ମୃତ୍ୟୁ ଘଟିଛି।

ଦିଲ୍ଲୀ ଅଗ୍ନିକାଣ୍ଡ
ଡିଜାଇନ ଫଟୋ

By

Published : Dec 8, 2019, 4:51 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ରବିବାର ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ 43 ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ପହଞ୍ଚିଥିବା ଦମକଳ ବାହିନୀର କର୍ମଚାରୀ ମଧ୍ୟ ଅନେକ ଲୋକଙ୍କୁ ନିଆଁ କବଳରୁ ରକ୍ଷା କରିଛନ୍ତି। ଏପରି ସ୍ଥିତିରେ ଜଣେ ଦମକଳ କର୍ମୀ ଅଗ୍ନିକାଣ୍ଡ ଘଟିଥିବା କୋଠା ଭିତରକୁ ପ୍ରବେଶ କରି ଏକାକୀ 11 ଜଣଙ୍କ ଜୀବନ ବଞ୍ଚାଇଛନ୍ତି।

ନିଜ ଜୀବନକୁ ବାଜି ଲଗାଇ ଏକୁଟିଆ 11 ଜଣଙ୍କ ଜୀବନ ବଞ୍ଚାଇଥିବା ଦମକଳ ବାହିନୀର କର୍ମଚାରୀ ରାଜେଶ ଶୁକ୍ଲାଙ୍କୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ ପ୍ରସଂଶା କରିଛନ୍ତି। ଏନେଇ ଟ୍ବିଟ କରି ଦମକଳକର୍ମୀ ଜଣଙ୍କୁ ବାସ୍ତବ ହିରୋ ବୋଲି ସେ କହିଛନ୍ତି। ଏହି ସାହସୀ ହିରୋକୁ ସଲାମ ଜଣାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିଜ ଟ୍ବିଟରରେ ଲେଖିଛନ୍ତି।

ABOUT THE AUTHOR

...view details