ଓଡିଶା

odisha

ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ; କେଉଁ ପ୍ରମୁଖ ପ୍ରାର୍ଥୀ ହେଲେ ବିଜୟୀ? - ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂଆଦିଲ୍ଲୀ ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜୟୀ ହୋଇଥିବା କଂଗ୍ରେସର ଅଳକା ଲମ୍ବା ପରାଜିତ ହୋଇଛନ୍ତି । ଅଧିକ ପଢନ୍ତୁ...

delhi election results
delhi election results

By

Published : Feb 11, 2020, 6:08 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରାୟତଃ ଶେଷ ହୋଇଛି । ୭୦ ଆସନ ବିଶିଷ୍ଟ ପୁଣିଥରେ ବଡ ବିଜୟ ହାସଲ କରିଛି କ୍ଷମତାସୀନ ଆପ । ଆଜି ସକାଳ ୮ଟାରୁ ସମସ୍ତ ୭୦ଟି ବିଧାନସଭା ଲାଗି ମୋଟ ୨୭ଟି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁ୍ଦ୍ଧା ୭୦ ଆସନ ମଧ୍ୟରୁ 63 ସିଟରେ ଆପ ବିଜୟୀ ହେବା ଏକ ପ୍ରକାର ସ୍ପଷ୍ଟ । 7 ଟି ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ କଂଗ୍ରେସ ପାର୍ଟି ତା’ର ପୂର୍ବ ରେକର୍ଡ ବଜାୟ ରହିଛି ।

ଦିଲ୍ଲୀ ନିର୍ବାଚନ; କେଉଁ ପ୍ରମୁଖ ପ୍ରାର୍ଥୀ ହେଲେ ବିଜୟୀ ?

ଏହି ଦିଲ୍ଲୀ ବିଧାନସଭାରେ ଅନେକ ଆଶ୍ଚର୍ଯ୍ୟକର ବିଜୟ ପରାଜୟ ଘଟିଛି । ପ୍ରଥମତଃ ଆପର ଦ୍ବିତୀୟ ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରଥମ ଟ୍ରେଣ୍ଡରେ ପଛରେ ଚାଲିଥିଲେ । ତେବେ ଶେଷ ପର୍ଯ୍ୟୟାରେ ମନୀଷ ସିସୋଦିଆ ବିଜୟୀ ହୋଇଛନ୍ତି । କେଜ୍ରିୱାଲ ମଧ୍ୟ ନୂଆଦିଲ୍ଲୀ ଆସନରୁ ବଡ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ମାଲ୍ୟବ ନଗର ଆସନରୁ ସୋମାନାଥ ଭାରତୀ ବିଜୟୀ ହୋଇଛନ୍ତି ।

ଦିଲ୍ଲୀ ନିର୍ବାଚନ; କେଉଁ ପ୍ରମୁଖ ପ୍ରାର୍ଥୀ ହେଲେ ବିଜୟୀ ?


ସେହିପରି ବିଜେପି ନେତା କପିଲ ମିଶ୍ରା ମଡେଲ ଟାଉନ ଆସନରୁ ପରାଜିତ ହୋଇଥିବା ବେଳେ ବିଜେପିର ବିଜେନ୍ଦ୍ର କୁମାର ରୋହିନୀ ଆସନରୁ ବିଜୟୀ ହୋଇଛନ୍ତି ।

ଦିଲ୍ଲୀ ନିର୍ବାଚନ; କେଉଁ ପ୍ରମୁଖ ପ୍ରାର୍ଥୀ ହେଲେ ବିଜୟୀ ?


ଅନ୍ୟପଟେ କଂଗ୍ରେସର ଚର୍ଚ୍ଚିତ ମହିଳା ନେତ୍ରୀ ତଥା ପୂର୍ବତନ ବିଧାୟିକା ଅଳକା ଲମ୍ବା ଚାନ୍ଦିନୀଚୌକ ଆସନରୁ ପରାଜିତ ହୋଇଛନ୍ତି । ଏପରିକି ଅମାନତ ହରାଇଛନ୍ତି ସେ । ପଢନ୍ତୁ 3 ଦଳର କିଛି ପ୍ରମୁଖ ପ୍ରାର୍ଥୀଙ୍କ ଉପରେ ଯେଉଁମାନଙ୍କର ବିଜୟ ଓ ପରାଜୟ ହୋଇଛି...

ଦିଲ୍ଲୀ ନିର୍ବାଚନ; କେଉଁ ପ୍ରମୁଖ ପ୍ରାର୍ଥୀ ହେଲେ ବିଜୟୀ ?
ଦିଲ୍ଲୀ ନିର୍ବାଚନ; କେଉଁ ପ୍ରମୁଖ ପ୍ରାର୍ଥୀ ହେଲେ ବିଜୟୀ ?

ABOUT THE AUTHOR

...view details