ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କମ୍ପୁଛି ପ୍ରଚାର ମୈଦାନ । ନିଜ ଦଳର ପ୍ରାର୍ଥୀଙ୍କ ଲାଗି ଜୋରସୋର ପ୍ରଚାରରେ ଲାଗିପଡିଛନ୍ତି ତିନି ପ୍ରମୁଖ ଦଳର ନେତା । ଆମ ଆଦମୀ ପାର୍ଟି (ଆପ୍), ଭାରତୀୟ ଜନତା ପାର୍ଟି(ବିଜେପି) ଓ କଂଗ୍ରେସ ନିଜ ନିଜ ସପକ୍ଷରେ ଭୋଟ ପାଇଁ ବିଭିନ୍ନ ସ୍ଥାନରେ ରୋଡ ଶୋ ଓ ପଦଯାତ୍ରା କରୁଥିବା ଦେଖିବାକୁ ମିଳୁଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନ: ଜମୁଛି ପ୍ରଚାର
ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି କମ୍ପୁଛି ପ୍ରଚାର । ନିଜ ଦଳର ପ୍ରାର୍ଥୀଙ୍କ ଲାଗି ଜୋରସୋର ପ୍ରଚାରରେ ଲାଗିପଡିଛନ୍ତି ତିନି ପ୍ରମୁଖ ଦଳର ନେତା । ଆମ ଆଦମୀ ପାର୍ଟି (ଆପ୍), ଭାରତୀୟ ଜନତା ପାର୍ଟି(ବିଜେପି) ଓ କଂଗ୍ରେସ ନିଜ ନିଜ ସପକ୍ଷରେ ଭୋଟ ପାଇଁ ବିଭିନ୍ନ ସ୍ଥାନରେ ରୋଡ ଶୋ ଓ ପଦଯାତ୍ରା କରୁଥିବା ଦେଖିବାକୁ ମିଳୁଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନ: ଜମୁଛି ପ୍ରଚାର
ବିଜେପି ପାଇଁ ଆଜି(ମଙ୍ଗଳବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର କରିବାକୁ ଥିବାବେଳେ ଆପ୍ ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।
ରାଜନାଥ ସିଂହ ଓ ଜେପି ନଡ୍ଡା ଉଭୟ ତିନୋଟି ଲେଖାଏଁ ରାଲିରେ ସମ୍ବୋଧିତ କରିବେ । ସେହିପରି କେଜ୍ରିୱାଲ କରାବଲ ନଗର, ଗୋକଲପୁରୀ, ମେହେରୋଲି, ଛତ୍ରପୁର ଓ ଦିଲ୍ଲୀ କ୍ୟାଣ୍ଟରେ ରୋଡ ଶୋ କରିବେ । ସୂଚନାଥାଉକି, ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ । ଫେବୃଆରୀ 11 ତାରିଖରେ ଭୋଟ ଗଣତି କରାଯିବ ।