ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ: ଗତବର୍ଷ ତୁଳନାରେ କମିଲା ଭୋଟଦାନ ହାର - Capital Records Drop in Voter Turnout

ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଗତ 2015 ନିର୍ବାଚନ ଅପେକ୍ଷା ଭୋଟଦାନ ହାର କମିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

DELHI ELECTION: Capital Records Drop in Voter Turnout
ଦିଲ୍ଲୀ ନିର୍ବାଚନ: ଗତବର୍ଷ ତୁଳନାରେ କମିଲା ଭୋଟଦାନ ହାର

By

Published : Feb 9, 2020, 12:29 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ରାତି 9ଟା ସୁଦ୍ଧା 59.85 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ନିର୍ବାଚନ କମିଶନଙ୍କ ଭୋଟର ଟର୍ଣ୍ଣ ଆଉଟ ଆପ ଜରିଆରେ ଏହି ତଥ୍ୟ ରେକର୍ଡ କରାଯାଇଛି । ଗତ 2015 ନିର୍ବାଚନରେ 67.12 ପ୍ରତିଶତ ମତଦାନ ହୋଇଥିବା ବେଳେ ଚଳିତଥର ଏହା 9 ପ୍ରତିଶତ କମିଥିବା ଦେଖିବାକୁ ମିଳିଛି ।

1998 ମସିହାରୁ 2015 ମସିହା ପର୍ଯ୍ୟନ୍ତ ଭୋଟ ହାରରେ ବୃଦ୍ଧି ହୋଇଥିବାବେଳେ ଚଳିତ ଥର କମ ମତଦାନ ହୋଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଦିଲ୍ଲୀର ମାଟିଆ ମହଲରେ ସର୍ବାଧିକ ମତଦାନ ହୋଇଥିବା ରେକର୍ଡ ହୋଇଛି । ଏହି ଆସନରେ ଦିଲ୍ଲୀର ସର୍ବାଧିକ 68.36 ପ୍ରତିଶତ ମତଦାନ ହୋଇଛି । ସେହିପରି ନର୍ଥ ଜିଲ୍ଲାର ବାୱାନା ଆସନରେ ସର୍ବନିମ୍ନ 41.95 ଭୋଟଦାନ ହୋଇଛି ।

ନୂଆଦିଲ୍ଲୀ ଆସନରେ ସର୍ବାଧିକ 28 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଏଠାରେ 51. 64 ପ୍ରତିଶତ ମତଦାନ ହୋଇଛି । ଏହି ଆସନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିଦ୍ବନ୍ଦିତା କରୁଛନ୍ତି । ଗତ ନିର୍ବାଚନରେ ଏହି ଆସନରେ 64.72 ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା ।

ଦିଲ୍ଲୀରେ 13ହଜାର 5ଶହ 71ଟି ବୁଥରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି । 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ 672 ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଆସନ୍ତା 11 ତାରିଖରେ ଭୋଟଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଗତ ନିର୍ବାଚନରେ ଆମ ଆଦମୀ ପାର୍ଟି 67ଟି ଆସନ ପାଇ ସରକାର ଗଠନ କରିଥିଲା ।

ABOUT THE AUTHOR

...view details