ନୂଆଦିଲ୍ଲୀ: ପ୍ରଚାରରେ ଚାଲିଛି ପ୍ରହାର । ଦିଲ୍ଲୀବାସୀଙ୍କ ଦିଲ୍ ଜିତି ଭୋଟ ହାତେଇବା ପାଇଁ ଚାଲିଛି ଜୋରଦାର କସରତ । ହାଇଭୋଲଟେଜ ଲଢେଇ ପାଇଁ ଦିଲ୍ଲୀର ଗଳି କନ୍ଦିରେ ହେଭିୱେଟଙ୍କ ଗହଳି । 2020ରେ ବିଜେପି, ଆପ୍ ଓ କଂଗ୍ରେସ ମଧ୍ୟରେ ବିଗ୍ ଫାଇଟ । ଫେବୃଆରୀ 8 ତାରିଖରେ ଭୋଟ ପଡିବ ତା ପୂର୍ବରୁ ଚାଲିଥିବା ପ୍ରଚାର ଅଭିଯାନରେ ପରସ୍ପର ଗୋହୀ, ଦୋଷ ଦୁର୍ବଳତା, ଠକାମୀର ପେଡି ଖୋଲୁଛନ୍ତି ନିଜ ଭାଷଣ ମାଧ୍ୟମରେ ଦଳୀୟ ନେତ ଏବଂ ପ୍ରାର୍ଥୀ । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ପ୍ରଚାର ରାଲିରେ କହିଛନ୍ତି ଯେ, ଯଦି ମିଛ କହିବାରେ କୌଣସି ପ୍ରତିଯୋଗିତା ହୁଏ ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମ ପୁରସ୍କାର ମିଳିବା ଏକପ୍ରକାର ନିଶ୍ଚିତ ।
ଗୁରୁବାର ଛତରପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବ୍ରହ୍ମା ସିଂହଙ୍କ ସମର୍ଥନରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ଏହି ଜନସଭାରେ ଅମିତ ଶାହ ଜନତାଙ୍କୁ ସମ୍ବୋଧିତ କରି କେନ୍ଦ୍ର ସରକାର ସିଏଏ, ରାମ ମନ୍ଦିର, ଧାରା 370, ଟ୍ରିପଲ ତଲାକ ହଟାଇଛନ୍ତି । ଦିଲ୍ଲୀର 1731 କଲୋନୀକୁ ପାସ କରି 40 ଲକ୍ଷ ଲୋକଙ୍କୁ ସେମାନଙ୍କ ମାଲିକାନା ହକ୍ ପ୍ରଦାନ କରିଛନ୍ତି । ମୋଦି ସରକାରଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବିଜେପିକୁ ଭୋଟ ଦେଇ ଦିଲ୍ଲୀରେ ବିଜେପି ସରକାରକୁ ଜିତାଇବା ପାଇଁ କହିଛନ୍ତି ।