ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ: ଏତିକି ଦିନ ପାଇଁ ବ୍ୟାନ ହେଲେ ଅନୁରାଗ-ପ୍ରବେଶ - ଅନୁରାଗ ଠାକୁରଙ୍କୁ 3 ଓ ପ୍ରବେଶ ଶର୍ମାଙ୍କୁ 4ଦିନ ବ୍ୟାନ

ଦିଲ୍ଲୀ ନିର୍ବାଚନ ପ୍ରଚାରରେ ବିବାଦୀୟ ବୟାନ ଦେଇ ବ୍ୟାନ ହୋଇଛନ୍ତି ଦୁଇ ବିଜେପି ନେତା । ଅନୁରାଗ ଠାକୁର ଓ ପ୍ରବେଶ ଶର୍ମାଙ୍କୁ ନିର୍ବାଚନ ପ୍ରଚାରରୁ କେତେ ଦିନ ବ୍ୟାନ କଲେ ନିର୍ବାଚନ କମିଶନ ? ପଢନ୍ତୁ...

EC ban anurag thakur  and parvesh verma
ଡିଜାଇନ ଫଟୋ

By

Published : Jan 30, 2020, 10:27 PM IST

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପ୍ରଚାରରେ ବିବାଦୀୟ ବୟାନ ଦେଇ ବ୍ୟାନ ହୋଇଛନ୍ତି ଦୁଇ ବିଜେପି ନେତା । ଅନୁରାଗ ଠାକୁର ଓ ପ୍ରବେଶ ଶର୍ମାଙ୍କୁ ନିର୍ବାଚନ ପ୍ରଚାରରୁ ବ୍ୟାନ କରିଛନ୍ତି ନିର୍ବାଚନ କମିଶନ । ଅନୁରାଗ ଠାକୁରଙ୍କୁ 72 ଘଣ୍ଟା ଓ ପ୍ରବେଶ ଶର୍ମାଙ୍କୁ 96 ଘଣ୍ଟା ପାଇଁ ପ୍ରଚାରରୁ ବ୍ୟାନ କରାଯାଇଛି ।

ନିର୍ବାଚନ କମିଶନ ତରଫରୁ ପ୍ରଥମେ ସେମାନଙ୍କୁ ଷ୍ଟାର କ୍ୟାମ୍ପେନର ଲିଷ୍ଟରୁ ବାହାର କରିଥିବାବେଳେ ବର୍ତ୍ତମାନ ପ୍ରଚାରରୁ ବ୍ୟାନ କରିଛନ୍ତି । ବିଧାନସଭା ନିର୍ବାଚନ ମଧ୍ୟରେ ଏହା ECର ତୃତୀୟ ବଡ କାର୍ଯ୍ୟାନୁଷ୍ଠାନ । ଏହା ପୂର୍ବରୁ ବିଜେପି ପ୍ରାର୍ଥୀ କପିଲ ମିଶ୍ରାଙ୍କ ଉପରେ 48 ଘଣ୍ଟାର ବ୍ୟାନ ଲଗାଯାଇଥିଲା । କାରଣ କପିଲ ଶର୍ମା ଟ୍ବିଟ କରି ଶାହିନ ବାଗକୁ ‘ମିନି ପାକିସ୍ତାନ’ କହିଥିଲେ ।

ନିର୍ବାଚନରେ ଲଗାତାର ଶାହିନ ବାଗକୁ ବିଜେପି ମୁଦ୍ଦା କରୁଛି । ଅନୁରାଗ ଠାକୁର ମଧ୍ୟ ଶାହିନ ବାଗକୁ ନେଇ ଦେଶଦ୍ରୋହୀଙ୍କୁ ଗୁଳି ମାର ନାରା ଦେଇଥିଲେ । ଏହାବ୍ୟତିତ ବିଜେପି ସାଂସଦ ପ୍ରବେଶ ଶର୍ମା ଶାହିନବାଗର ତୁଳନା କାଶ୍ମୀରର ସ୍ଥିତି ସହ କରିଥିଲେ ।

ABOUT THE AUTHOR

...view details