ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ: ଆଚରଣ ବିଧି ଅବଧିରେ 135 କିଲୋ ଡ୍ରଗ୍ସ ଜବତ - ଆଚରଣ ବିଧି

ଦିଲ୍ଲୀ ନିର୍ବାଚନୀ ଆଚରଣ ବିଧି ଲାଗୁ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ 135 କିଲୋ ଡ୍ରଗ୍ସ ଜବତ କରାଯାଇଛି ।

Delhi Election: 135 kg drugs seized, total price above Rs 4.5 crore
ଦିଲ୍ଲୀ ନିର୍ବାଚନ: ଆଚରଣ ବିଧି ଅବଧିରେ 135 କିଲୋ ଡ୍ରଗ୍ସ ଜବତ

By

Published : Jan 30, 2020, 9:58 AM IST

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନୀ ଆଚରଣବିଧି ଲାଗୁ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ 135 କିଲୋ ଡ୍ରଗ୍ସ ଜବତ କରାଯାଇଛି । ଜବତ ଡ୍ରଗ୍ସର ଆନୁମାନିକ ମୂଲ୍ୟ 4.5 କୋଟି ଟଙ୍କା ବୋଲି ଜଣାପଡିଛି ।

ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ଦିଲ୍ଲୀ ନିର୍ବାଚନ ଆଚରଣବିଧି ଜାନୁଆରୀ 6ରୁ ଜାନୁଆରୀ 28 ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା । ଏହି ସମୟ ମଧ୍ୟର ଆଇନ ଓ ପ୍ରବର୍ତ୍ତନ ସଂସ୍ଥା ଦ୍ବାରା 40 କୋଟି 22 ଲକ୍ଷ ଟଙ୍କାର ମଦ ଜବତ କରାଯାଇଛି । ସେହିଭଳି 7କୋଟି 64 ଲକ୍ଷ ଟଙ୍କାର ବିଭିନ୍ନ ନିଷିଦ୍ଧ ମାଦକ ସହ ସୁନା ଓ ରୂପା ଜବତ କରାଯାଇଛି । ଗତ 2015 ନିର୍ବାଚନରେ ଦିଲ୍ଲୀରୁ 2 କୋଟି 42ଲକ୍ଷ 79 ହଜାର 766 ଟଙ୍କାର ମଦ, ଡ୍ରଗ୍ସ ଓ ମୂଲ୍ୟବାନ ଧାତୁ ଜବତ କରାଯାଇଥିଲା । ସେହିପରି ନଗଦ 42 ଲକ୍ଷ 38 ହଜାର 5ଶହ ଟଙ୍କା ଜବତ କରାଯାଇଥିଲା ।

ଏକ୍ସାଇଜ ଆକ୍ଟ ଅଧୀନରେ 775ଟି ଏଫଆଇଆର ରୁଜୁ କରାଯାଇଛି । ଅନ୍ୟପକ୍ଷରେ 376ଟି ଅଣଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର, 422ଟି ବିସ୍ଫୋରକ ଜବତ କରାଯାଇଛି । 5ହଜାର 4ଶହ 27ଟି ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ରକୁ ଜବତ କରାଯିବା ସହ 4ହଜାର 3ଶହ 80 ଲୋକଙ୍କ ନାମରେ ସିଆରପିସି ସେ ମାମଲା ରୁଜୁ କରାଯାଇଛି । ସେହିପରି 92ହଜାର 4ଶହ 8 ଜଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।

ABOUT THE AUTHOR

...view details