ଓଡିଶା

odisha

ETV Bharat / bharat

ମାସ୍କ ପିନ୍ଧିବାକୁ କହିବାରୁ ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀ ସମ୍ପର୍କୀୟ !

ମାସ୍କ ପିନ୍ଧିବାକୁ କହିବାରୁ ଡାକ୍ତରଖାନା ମଧ୍ୟରେ ତୁମୁଳକାଣ୍ତ । ଡାକ୍ତରଙ୍କ ଉପରେ ରୋଗୀଙ୍କ ସମ୍ପର୍କୀୟ କଲେ ଆକ୍ରମଣ । ଅଧିକ ପଢନ୍ତୁ...

Delhi doc claims patient, attendant assaulted him when asked to wear mask
ମାସ୍କ ପିନ୍ଧିବାକୁ କହିବାରୁ ଡାକ୍ତରଙ୍କୁ ଷ୍ଟଲ ଫିଙ୍ଗିଲେ ରୋଗୀଙ୍କ ସମ୍ପର୍କୀୟ !

By

Published : Sep 28, 2020, 10:08 AM IST

ନୂଆଦିଲ୍ଲୀ:ମାସ୍କ ପିନ୍ଧିବାକୁ କହିବାରୁ ଡାକ୍ତରଖାନା ମଧ୍ୟରେ ତୁମୁଳକାଣ୍ତ । ଡାକ୍ତରଙ୍କ ଉପରେ ରୋଗୀଙ୍କ ସମ୍ପର୍କୀୟ କଲେ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଏକ ହସପିଟାଲରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡାକ୍ତର ଆସୋସିଏସନ ପକ୍ଷରୁ ମଧ୍ୟ ମେଡିକାଲ ସୁପରିଟେଣ୍ତେଣ୍ଟଙ୍କୁ ଚିଠି ଲେଖାଯାଇଛି ।

ସୂଚନା ଅନୁସାରେ, ଜଣେ ମହିଳା ରୋଗୀ ଓ ତାଙ୍କ ସମ୍ପର୍କୀୟ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ହେଲେ ରୋଗୀ ଓ ତାଙ୍କ ସମ୍ପର୍କିୟ ମାସ୍କ ପିନ୍ଧି ନ ଥିଲେ । ଡାକ୍ତର ତାଙ୍କୁ ମାସ୍କ ପିନ୍ଧିବାକୁ କହିବା ସହ ପାଳି ପଡିଲେ ଭିତରକୁ ଯିବା ପାଇଁ କହିଥିଲେ। କିନ୍ତୁ ରୋଗୀ କି ତାଙ୍କ ସମ୍ପର୍କୀୟ ଡାକ୍ତରଙ୍କ କଥା ଶୁଣି ନ ଥିଲେ । ଏପରିକି ରୋଗୀଙ୍କ ସମ୍ପର୍କୀୟ ଜଣକ ଉତ୍ୟକ୍ତ ହୋଇ ଅପରେସନ ଥିଏଟର ଭିତରକୁ ପ୍ରବେଶ କରି ଡାକ୍ତରଙ୍କୁ ଷ୍ଟୁଲ ଫିଙ୍ଗି ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଛି ।

ପରିସ୍ଥିତି ଅଧିକ ଉତ୍ତେଜନା ପୁର୍ଣ୍ଣ ହେବାରୁ ଏଥିରେ ହସ୍ତକ୍ଷେପ କରିବାକୁ ମେଡିକାଲ କର୍ମଚାରୀମାନେ ଆସିଥିଲେ । ସେତେବେଳେ ମହିଳା ରୋଗୀ ଜଣକ ତାଙ୍କ ସହ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details