ନୂଆଦିଲ୍ଲୀ:ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ଲୋକ ନାୟକ ଜୟ ପ୍ରକାଶ ନାରାୟଣ (LNJP) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପ୍ଟେମ୍ବର 14 ତାରିଖ ଦିନ ତାଙ୍କର ସାମାନ୍ୟ ଜ୍ବର ଆସିବାରୁ ସେ ନିଜର ପରୀକ୍ଷା କରିଥିଲେ । ଏବଂ ଯାହାର ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ସେ ନିଜକୁ ହୋମ ଆଇସୋଲେସନ କରିଥିଲେ ।
ଦ୍ବିତୀୟଥର ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କୋରୋନା ପଜିଟିଭ - ଦ୍ବିତୀୟବାର ରିପୋର୍ଟ ପଜିଟିଭ
ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ଲୋକ ନାୟକ ଜୟ ପ୍ରକାଶ ନାରାୟଣ (LNJP) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ପରେ ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିବା ବେଳେ ତାହା ପୁଣି ଥରେ ପଜିଟିଭ ଆସିଛି। ଅଧିକ ପଢନ୍ତୁ...

ସିସୋଦିଆ କହିଥିଲେ ଯେ ବର୍ତ୍ତମାନ ତାଙ୍କର ଜ୍ବର କିମ୍ବା ଅନ୍ୟ କୌଣସି ଅସୁବିଧା ନାହିଁ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । କିନ୍ତୁ ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ପରେ ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିବା ବେଳେ ତାହା ପୁଣି ଥରେ ପଜିଟିଭ ଆସିଛି।
ଯେଉଁଦିନ ସିସୋଦିଆଙ୍କ ପ୍ରଥମ କୋଭିଡ ରିପୋର୍ଟ ଆସିଥିଲା ସେଦିନ ଦିଲ୍ଲୀ ଆମ ଆଦମୀ ପାର୍ଟିର ଆଉ ୩ ଜଣ ବିଧାୟକ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଭାଇରାଲ ସଂକ୍ରମଣ ପାଇଁ ପଜିଟିଭ୍ ପରୀକ୍ଷା କରିଥିବା ସିସୋଦିଆ ଦିଲ୍ଲୀ ସରକାରଙ୍କ ଦ୍ବିତୀୟ ମନ୍ତ୍ରୀ। ଏହାପୂର୍ବରୁ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କୋଭିଡ ପରୀକ୍ଷା କରିଥିଲେ।