ଓଡିଶା

odisha

ETV Bharat / bharat

ମାକ୍ସ ହସ୍ପିଟାଲରୁ ଡିସଚାର୍ଜ ହେଲେ ମନୀଷ ସିସୋଦିଆ

କୋରୋନାରୁ ସୁସ୍ଥ ହେବାପରେ ଶେଷରେ ଡିସଚାର୍ଜ ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କୁ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଅଧିକ ପଢନ୍ତୁ...

By

Published : Sep 29, 2020, 4:45 PM IST

ମାକ୍ସ ହସ୍ପିଟାଲରୁ ଡିସଚାର୍ଜ ହେଲେ ମନୀଷ ସିସୋଦିଆ
ମାକ୍ସ ହସ୍ପିଟାଲରୁ ଡିସଚାର୍ଜ ହେଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ମହାମାରୀ କୋରୋନାରୁ ସୁସ୍ଥ ହେବାପରେ ଶେଷରେ ଡିସଚାର୍ଜ ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । କୋରୋନାରେ ଆକ୍ରାନ୍ତ ହୋଇ ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମନିଷ । ତେବେ ମଙ୍ଗଳବାର ତାଙ୍କର କୋଭିଡ ଟେଷ୍ଟ ନେଗେଟିଭ ଆସିଛି । ତେବେ ଡିସଚାର୍ଜ ହେବା ପରେ ସିସୋଦିଆଙ୍କୁ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ସେପ୍ଟେମ୍ବର 14ରେ ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେ କୋଭିଡ ପରୀକ୍ଷା କରାଇଥିବା ବେଳେ ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ତେବେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଏଲଏନଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରେ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଥିଲା ।

ABOUT THE AUTHOR

...view details