ଓଡିଶା

odisha

ETV Bharat / bharat

ନିର୍ବାଚନ ପରିଚାଳନା ଶିଖିବା ପାଇଁ ଦିଲ୍ଲୀରେ ବିଦେଶୀ ପ୍ରତିନିଧିମଣ୍ଡଳୀ - ଦିଲ୍ଲୀରେ ବିଦେଶୀ ପ୍ରତିନିଧିମଣ୍ଡଳୀ

ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ 17ଟି ଦେଶର ନିର୍ବାଚନ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରେ ପହଞ୍ଚି ଭାରତର ନିର୍ବାଚନ ପ୍ରଣାଳୀ ବିଷୟରେ ପଚାରି ବୁଝିଛନ୍ତି। ଅଧିକ ଖବର ପଢନ୍ତୁ...

ନିର୍ବାଚନ ପରିଚାଳନା ଶିଖିବା ପାଇଁ ଦିଲ୍ଲୀରେ ବିଦେଶୀ ପ୍ରତିନିଧିମଣ୍ଡଳୀ

By

Published : Nov 24, 2019, 1:34 AM IST

ନୂଆଦିଲ୍ଲୀ: ଖୁବଶୀଘ୍ର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଗଲାଣି । ଗୋଟିଏ ପଟେ ରାଜନୀତିକ ଦଳ ମାନେ ନିଜର ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ନିର୍ବାଚନ କାର୍ଯ୍ୟାଳୟ ମଧ୍ୟ ପୂର୍ବ ପ୍ରସ୍ତୁତିରେ ଉଠୁଛି ପଡୁଛି।

ନିର୍ବାଚନ ପରିଚାଳନା ଶିଖିବା ପାଇଁ ଦିଲ୍ଲୀରେ ବିଦେଶୀ ପ୍ରତିନିଧିମଣ୍ଡଳୀ

ସୂଚନା ଅନୁସାରେ, ଶୁକ୍ରବାର ଆଫଗାନିସ୍ତାନ ଓ ବାଂଲାଦେଶ ସମେତ 17ଟି ଦେଶର ନିର୍ବାଚନ ପ୍ରତିନିଧିମଣ୍ଡଳୀ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରେ ପହଞ୍ଚି ଭାରତର ନିର୍ବାଚନ ପ୍ରଣାଳୀ ବିଷୟରେ ପଚାରି ବୁଝିଛନ୍ତି । ତେବେ ଏହି ପ୍ରତିନିଧି ମଣ୍ଡଳୀ ଭାରତରେ ନିର୍ବାଚନ ପୂର୍ବରୁ ପୂର୍ବ ପ୍ରସ୍ତୁତି ଦେଖିବାକୁ ଆସିଥିବା ବେଳେ ସମସ୍ତ ଅଧିକାରୀଙ୍କୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂ ସ୍ବାଗତ କରିଛନ୍ତି।

ନିର୍ବାଚନ ପରିଚାଳନା ଶିଖିବା ପାଇଁ ଦିଲ୍ଲୀରେ ବିଦେଶୀ ପ୍ରତିନିଧିମଣ୍ଡଳୀ

ଏହାସହ ନିର୍ବାଚନର ସମସ୍ତ ପକ୍ରିୟାକୁ ରଣବୀର ସିଂ ଅଧିକାରୀମାନଙ୍କୁ ସରଳ ଭାବେ ବୁଝାଇବା ସହ ନିର୍ବାଚନରେ ବ୍ୟବହୃତ ସମସ୍ତ ମେସିନ ଯଥା, ଇଭିଏମ ଓ ବାଲାଟ ପେପରକୁ ଚିହ୍ନାଇ ଦେଇଥିଲେ। ଏପରିକି ଇଭିଏମ ମଧ୍ୟରେ ସମସ୍ତ ଭୋଟ ସୁରକ୍ଷିତ ରହିଥାଏ ଓ କୌଣସି ଅନିୟମିତତାର ସମ୍ଭାବନା ଉପୁଜିନଥାଏ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ABOUT THE AUTHOR

...view details