ନୂଆଦିଲ୍ଲୀ:କଷ୍ଟମ ବିଭାଗକୁ ସଫଳତା । ଦିଲ୍ଲୀ ଇନ୍ଦିରା ଗାନ୍ଦି ବିମାନବନ୍ଦରରୁ ସୁନା ଚାଲାଣକୁ ପଣ୍ଡ କରିଛି କଷ୍ଟମ ବିଭାଗ । କୋଟିଏ ଟଙ୍କାର ସୁନା ଜବତ କରିଛି କଷ୍ଟମ ବିଭାଗ ।
ସୂଚନାଅନୁସାରେ,ଦୁବାଇରୁ ଦୁଇଜଣ ଯାତ୍ରୀ ଦିଲ୍ଲୀ ଇନ୍ଦିରା ଗାନ୍ଦି ବିମାନବନ୍ଦରେ ପହଞ୍ଚିଥିଲେ । ବିମାନବନ୍ଦରରେ ଯାଞ୍ଚ ସମୟରେ ସେମାନଙ୍କଠାରୁ 4କିଲୋ 78ଗ୍ରାମର ସୁନା ଜବତ କରିଛି କଷ୍ଟମ ବିିଭାଗ । ଯାତ୍ରୀ ଦୁଇଜଣ ନିଜ ପଗଡି ଭିତରେ ବେଆଇନ ଭାବରେ ସୁନା ରଖି ଚାଲାଣ କରୁଥିଲେ । ଜବତ ସୁନାର ମୂଲ୍ୟ ଏକ କୋଟିରୁ ଅଧିକ ହେବ ବୋଲି କହିଛି କଷ୍ଟମ ବିଭାଗ ।