ନୂଆଦିଲ୍ଲୀ: ଦାମୀ ମୋବାଇଲ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରା ଚାଲାଣ କରୁଥିବା 3 ଯାତ୍ରୀଙ୍କୁ ଗିରଫ କଲା ଅବକାରୀ ବିଭାଗ । ବୁଧବାର ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଦାମୀ ମୋବାଇଲ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରା ଚାଲାଣ କରୁଥିବା 3 ଜଣ ଯାତ୍ରୀଙ୍କୁ ଦିଲ୍ଲୀ ଅବକାରୀ ବିଭାଗ ଗିରଫ କରିଛି। ତେବେ ଏହି ତିନି ଯାତ୍ରୀ ପ୍ୟାରିସରୁ ଦିଲ୍ଲୀ ଆସିଥିଲେ।
ଅବକାରୀ ବିଭାଗର ମୁଖପାତ୍ରଙ୍କ କହିବା ଅନୁସାରେ, ଏହି ତିନି ଯାତ୍ରୀ ଗ୍ରୀନ ଚ୍ୟାନେଲ ଅତିକ୍ରମ କରିବା ସମୟରେ ଅଧିକାରୀମାନଙ୍କୁ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା । ତୁରନ୍ତ ଅଧିକାରୀମାନେ ସେମାନଙ୍କୁ ରୋକି ସେମାନଙ୍କ ଜିନିଷପତ୍ର ଯାଞ୍ଚ କରିଥିଲେ। ଯେଉଁଥିରେ ସେମାନଙ୍କଠାରୁ ବହୁ ଆଇଫୋନ୍, କ୍ୟାମେରା, ଆଇପ୍ୟାଡ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଜିନିଷ ଅଧିକାରୀମାନେ ଜବତ କରିଥିଲେ ।