ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ପାଲଟିଛି । ପ୍ରତିଦିନ ହଜାରେ ଉପରେ ଆକ୍ରାନ୍ତ ବାହାରୁଛନ୍ତି । ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଦିଲ୍ଲୀରେ ପଜିଟିଭ ସଂଖ୍ୟା 10 ହଜାର ଉପରେ ରହିଛି ।
ଦିଲ୍ଲୀରେ 24 ଘଣ୍ଟାରେ 500 ମାମଲା, 11 ହଜାର ପାର ଆକ୍ରାନ୍ତ - ଦିଲ୍ଲୀରେ 11 ହଜାର ପାର ଆକ୍ରାନ୍ତ
ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଗତ 24 ଘଣ୍ଟାରେ ଏଠାରେ 534ଟି ନୂଆ କେସ ବାହାରିଛି । ଫଳରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 11 ହଜାର ପାର କରିଛି । ଅଧିକ ପଢନ୍ତୁ...
ମହାରାଷ୍ଟ୍ର ପଛକୁ ତାଳ ଦେଇ ଆଗଉଛନ୍ତି ବାକି 3ଟି ରାଜ୍ୟ । ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଗତ 24 ଘଣ୍ଟାରେ ଏଠାରେ 534ଟି ନୂଆ କେସ ବାହାରିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11 ହଜାର ପାର କରିଛି । ଏବେ ସୁଦ୍ଧା ରାଜଧାନୀରେ ମୋଟ 11 ହଜାର 88 ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ 5720 ଆକ୍ଟିଭ କେସ ରହିଛି । ଏହାସହ 176 ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ସୂଚନା ଦେଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଆକ୍ରାନ୍ତଙ୍କ ମଧ୍ୟରେ 50 ବର୍ଷ ବୟସ ତଳେ ଥିବା ଲୋକଙ୍କ ସଂଖ୍ୟା 70 ପ୍ରତିଶତ ରହିଛି । ତେବେ 60 ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ ମୃତ୍ୟୁହାର ଅଧିକ ରହିଛି । ଏମାନଙ୍କ ମୃତ୍ୟୁହାର 5.86 ପ୍ରତିଶତ ରହିଛି ବୋଲି ସରକାର ସୂଚନା ଦେଇଛନ୍ତି ।